
ନୂଆଦିଲ୍ଲୀ:ଭାରତରେ ବଢ଼ୁଛନ୍ତି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା। ଗତ ୬ ବର୍ଷ ମଧ୍ୟରେ କ୍ୟାନ୍ସର ରୋଗୀ ୧୫.୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି। ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର କ୍ୟାନ୍ସର ପ୍ରିଭେନ୍ଲନ୍ ଆଣ୍ଡ୍ ରିସର୍ଚ୍ଚ ଅନୁସାରେ,୨୦୧୨ ମସିହାରେ ଭାରତରେ କ୍ୟାନ୍ସର ମାମଲା ୧୦ ଲକ୍ଷ ରହିଥିଲା।
କିନ୍ତୁ ଗତ ୬ ବର୍ଷ ମଧ୍ୟରେ ଭାରତରେ ୧୧.୫ ଲକ୍ଷ କ୍ୟାନ୍ସର ମାମଲା ପଞ୍ଜିକୃତ ହୋଇଛି ବୋଲି ଜଣାପଡ଼ିଛି। ଓଠ ଏବଂ ପାଟିରେ ହେଉଥିବା କ୍ୟାନ୍ସର ଗତ ୬ ବର୍ଷ ମଧ୍ୟରେ ୧୧୪ ପ୍ରତିଶତ ବଢ଼ିଛି। ସେହିପରି ମୁହଁରେ ଯେ କୌଣସି ଭାଗରେ କ୍ୟାନ୍ସର ହେବାର ଆଶଙ୍କା ରହିଛି।
ଏମିତିକି ଓଠ, ଜିଭ, ଗାଲ, ସାଇନସ୍ ଓ ପାଟିର ତାଳୁ ଆଦି ସ୍ଥାନକୁ କ୍ୟାନ୍ସର ସେଲ୍ ବ୍ୟାପି ଯାଇଥାଏ। ସେହିପରି ତମାଖୁ ଦ୍ୱାରା ସର୍ବାଧିକ କ୍ୟାନ୍ସର ହୋଇଥାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି।
from Odisha Reporter https://ift.tt/2qQNiHK
No comments:
Post a Comment