
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପ୍ରତିବର୍ଷ ନଭେମ୍ୱର ୧୪ ତାରିଖରେ ବିଶ୍ୱ ଡାଇବେଟିସ୍ ଦିବସ ପାଳନ କରାଯାଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଲୋକଙ୍କୁ ଡାଇବେଟିସ୍ ବିଷୟରେ ସଚେତନ କରାଇବା।
ଡାଇବେଟିସ୍ ଏପରି ଏକ ରୋଗ ଯାହା ଯୋଗୁ ଆପଣଙ୍କ ପାନକ୍ରିୟାଜ୍ ଶରୀର ପାଇଁ ଉପକାରୀ ଇନ୍ସୁଲିନ୍ ତିଆରି କରିବାରେ ଅକ୍ଷମ ହୋଇଥାଏ। ଏହା ସହିତ ଡାଇବେଟିସ୍ ହେଲେ ଶରୀର ଏହି ଇନ୍ସୁଲିନ୍କୁ ବ୍ୟବହାର କରି ପାରେନାହିଁ। ଏହି କାରଣରୁ ଆପଣଙ୍କର ସୁଗାରସ୍ତର ବୃଦ୍ଧି ପାଇଥାଏ।
ଏହି ସମୟରେ ଆପଣଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉଚିତ୍ ଖାଦ୍ୟ ଓ ଏକ୍ସସର୍ସାଇଜ୍ କରି ଡାଇବେଟିସ୍କୁ ନିୟନ୍ତ୍ରଣ କରି ରଖିବା ପାଇଁ ପରାମର୍ଶ ଦେଇଥାନ୍ତି। ଆୟୁର୍ବେଦରେ ମଧ୍ୟ ଡାଇବେଟିସ୍କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପରାମର୍ଶ ଦିଆଯାଇଛି। ଯେଉଁଥିରେ ଗିଲୋଇ ବା ଓଡ଼ିଆରେ ଗୁଲୁଚି ଲତା ଖାଇବାକୁ ପରାମର୍ଶ ଦିଆଯାଇଛି। ଏହାର ବୈଜ୍ଞାନିକ ନାମ ହେଉଛି Tinospora cordifolia। ଏହା ଏକ ଆୟୁର୍ବେଦିକ ଔଷଧ। ଆସନ୍ତୁ ଜାଣିବା ଗିଲୋଇ କିପରି ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
– ଗିଲୋଇ ଏକ ଔଷଧୀୟ ଗଛ, ଯାହା ଭାରତ, ମ୍ୟାନ୍ମାର ଓ ଶ୍ରୀଲଙ୍କାରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଟାଇପ୍-୨ ଡାଇବେଟିସ୍କୁ ଭଲ କରିବାରେ ବେଶ ସହାୟକ ହୋଇଥାଏ। ସଂସ୍କୃତରେ ଏହି ଗଛକୁ ‘ମଧୁନାଶିନୀ’ କୁହାଯାଏ। ଯାହାର ଅର୍ଥ ଶରୀରରେ ଥିବା ସମସ୍ତ ସୁଗାର୍କୁ ନଷ୍ଟ କରିଥାଏ।
– ଗିଲୋଇରେ ଆଣ୍ଟି-ଇନ୍ଫ୍ଲାମେଣ୍ଟାରୀ, ଆଣ୍ଟି-ଆର୍ଥ୍ରିଟିକ୍, ଆଣ୍ଟି-ମ୍ୟାଲେରିଆ ଏବଂ ଆଣ୍ଟି-ଡାଇବେଟିକ୍ ଗୁଣ ରହିଛି।
– ଗିଲୋଇ ଶରୀରରେ ଇନ୍ସୁଲିନ୍ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ।
– ଶରୀରରେ ଉତ୍ପନ୍ନ ହେଉଥିବା ଅଧିକ ଗ୍ଲୁକୋଜ୍କୁ ଗିଲୋଇ ନଷ୍ଟ କରିଥାଏ ଏବଂ ସୁଗାର୍କୁ ନିୟନ୍ତ୍ରଣ କରିଥାଏ।
– ଗିଲୋଇ ଶରୀରରେ ଏକ hypoglycaemic agent ପରି କାମ କରିଥାଏ। ଯାହା ରକ୍ତରେ ସୁଗାର୍ ଓ ଲିପିଡ୍କୁ କମ୍ କରିବାରେ ସାହାଯ୍ୟ କରିଥାଏ।
-ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଗିଲୋଇରେ ଥିବା ଆଣ୍ଟି- ଡାଇବେଟିକ୍ ଗୁଣ ଏବଂ ଇନ୍ସୁଲିନ୍ ତୁଳନାରେ ଗିଲୋଇ ଶରୀରରେ ୪୦ ରୁ ୮୦ ପ୍ରତିଶତ ପ୍ରଭାବ ପକାଇଥାଏ।
ଏହା ସହିତ ଇନ୍ସୁଲିନ୍ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖି ଖାଦ୍ୟକୁ ଶୀଘ୍ର ହଜମ କରିଥାଏ।
ଗିଲୋଇ ବ୍ୟବହାର କିପରି
ଡାଇବେଟିସ୍ ନିୟନ୍ତ୍ରଣ ପାଇଁ ଆପଣ ଗିଲୋଇର ଜୁସ୍ କରି ପିଇପାରିବେ। ପ୍ରଥମେ ଗିଲୋଇ ପତ୍ରକୁ ଗରମ ପାଣିରେ ଫୁଟାଇ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ କିଛି ଲେମ୍ୱୁ ରସ ମିଶାନ୍ତୁ। ଡାଇବେଟିସ୍ରୁ ଉପଶମ ପାଇବା ପାଇଁ ସକାଳେ ଖାଲି ପେଟରେ ଏହି ଜୁସ୍କୁ ପିଅନ୍ତୁ।
from Odisha Reporter https://ift.tt/2Pt776L
No comments:
Post a Comment