ଅଜମଲ କସାବର ଓକିଲ ଆଜି ଯାଏ ପାଇନାହାନ୍ତି ସେମାନଙ୍କ ପ୍ରାପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଅଜମଲ କସାବର ଓକିଲ ଆଜି ଯାଏ ପାଇନାହାନ୍ତି ସେମାନଙ୍କ ପ୍ରାପ୍ୟ

ମୁମ୍ବାଇ: ଆଜି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୦ ବର୍ଷ ପୂରିଛି। ପାକିସ୍ତାନର ୧୦ ଜଣ ଆତଙ୍କବାଦୀ ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇରେ କରିଥିଲେ ନରସଂହାର। ଏହି ଘଟଣାକୁ ୧୦ ବର୍ଷ ବିତି ଯାଇଥିଲେ ହେଁ ଆଜି ଯାଏ ଲୋକଙ୍କ ମନରୁ ଲିଭିନି, ସେହି କାଳରାତିର ସ୍ମୃତି। ୧୦ ଜଣ ଆତଙ୍କବାଦୀ ନେଇଥିଲେ ୧୫୭ ଜଣ ଜୀବନ ଓ ୩୦୦ରୁ ଅଧିକଙ୍କୁ କରିଥିଲେ ଆହତ। ତେବେ ଏହି ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଅଜମଲ କସାବକୁ ଜୀବନ୍ତ ଗିରଫ କରାଯାଇଥିଲା।

କୋର୍ଟରେ ବିଚାର ପରେ ଶେଷରେ କସାବକୁ ୨୦୧୨ରେ ଫାଶୀ ଦିଆଯାଇଥିଲା। କିନ୍ତୁ ବମ୍ବେ ହାଇକୋର୍ଟରେ ତା’ ପାଇଁ ମାମଲା ଲଢ଼ୁଥିବା ଦୁଇ ଜଣ ଓକିଲଙ୍କୁ ଆଜି ଯାଏ ସେମାନଙ୍କ ପ୍ରାପ୍ୟ ମିଳିନାହିଁ। ଏହି ଦୁଇ ଓକିଲଙ୍କୁ କସାବ ପାଇଁ ମାମଲା ଲଢ଼ିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ମହାରାଷ୍ଟ୍ର ସରକାର ଏହି ଆଇନଜୀବୀଙ୍କୁ ଆଜି ପର୍ଯ୍ୟନ୍ତ ମାମଲା ପରିଚାଳନା ବାବଦକୁ ଅର୍ଥ ପ୍ରଦାନ କରିନାହାନ୍ତି। ମହାରାଷ୍ଟ୍ର ସରକାର କହିଛନ୍ତି, ଦୁଇ ଜଣ ଯାକ ଓକିଲ ଏସମ୍ପର୍କରେ କୌଣସି ବିଲ୍‌ ଦାଖଲ କରିନାହାନ୍ତି। ତେଣୁ ସେମାନଙ୍କୁ ଟଙ୍କା ଦିଆଯାଇନାହିଁ। ଅନ୍ୟପକ୍ଷରେ ଓକିଲ ଦ୍ୱୟ କହିଛନ୍ତି, ଆମେ ସରକାରୀ ଓକିଲ, ତେଣୁ ବିଲ୍‌ ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ।

ଅମିନ୍‌ ସୋଲକର ଓ ଫରହାନ ଶାହା କସାବ ପାଇଁ ମାମଲା ଲଢ଼ିଥିଲେ। ୨୦୧୦ ଜୁନ୍‌ ୮ରୁ ଏମାନେ କସାବ ପକ୍ଷରୁ ଆଇନଗତ ଲଢ଼େଇ କରିଥିଲେ। ହେଲେ ତାକୁ ଫାଶୀଦଣ୍ଡ ପାଇବାରୁ ରକ୍ଷା କରିପାରି ନଥିଲେ।



from Odisha Reporter https://ift.tt/2DHybrQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages