ମୁଁ ମିଛ କହୁନି, ରିଲାଏନ୍ସକୁ ଆମେ ହିଁ ବାଛିଥିଲୁ:ରାଫେଲ୍‌ ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ମୁଁ ମିଛ କହୁନି, ରିଲାଏନ୍ସକୁ ଆମେ ହିଁ ବାଛିଥିଲୁ:ରାଫେଲ୍‌ ସିଇଓ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଫେଲ୍‌ ଅଫ୍‌ସେଟ୍‌ ଡିଲ୍‌କୁ ନେଇ ବର୍ତ୍ତମାନ ମଧ୍ୟ ରାଜନୀତିକ ହଟଚମଟ ଲାଗି ରହିଥିବାବେଳେ ଏଥିରେ ଭିନ୍ନ ମୋଡ଼ ଦେଇ ମୁହଁ ଖୋଲିଛନ୍ତି ଫ୍ରାନ୍ସ ଜେଟ୍‌ ନିର୍ମାତା କମ୍ପାନୀ ଡାସଲ୍ଟର ସିଇଓ। ଡାସଲ୍ଟ ସିଇଓ ଏରିକ୍‌ ଟ୍ରାପିଅର୍‌ କହିଛନ୍ତି, “ଆମେ ଅମ୍ବାନୀଙ୍କୁ ଆମଆଡ଼ୁ ହିଁ ବାଛିଥିଲୁ। ଆମ ସହିତ ରିଲାଏନ୍ସ ସମେତ ୩୦ଟି କମ୍ପାନୀ ସହଭାଗୀ ଅଛନ୍ତି।”

୩୬ଟି ରାଫେଲ୍‌ ଜେଟ୍‌ ପାଇଁ ୫୯ ହଜାର କୋଟିର ଏପରି ଡିଲ୍‌ରେ ଯଥେଷ୍ଟ ଅନୁଭୂତି ନଥାଇ ମଧ୍ୟ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗର ମଧ୍ୟ ସେ ଉତ୍ତର ରଖିଛନ୍ତି। ସେ କହିଛନ୍ତି, “ମୁଁ ମିଛ କହୁନି। ଏହା ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ବିବୃତି ଦେଇସାରିଛି ଏବଂ ଘୋଷଣା କରିସାରିଛି। ମୁଁ ମିଛ କହିବାର ରେକର୍ଡ ନାହିଁ। ମୁଁ ଯେଉଁ ସିଇଓ ପଦବୀରେ ଅଛି, କେହି ମଧ୍ୟ ମିଛ କହି ହିଁ ପାରିବେନି।”

୧୯୫୩ ମସିହାରେ ଜବାହରଲାଲ ନେହରୁ ପ୍ରଧାନମନ୍ତ୍ରୀ ଥିବା ସମୟରୁ କଂଗ୍ରେସ ସହିତ ଡାସଲ୍ଟ ଡିଲ୍‌ କରି ଆସିଛି ଏବଂ ଭାରତ ସହିତ ଅନେକ ଦିନ ଧରି କାମ କରୁଥିବାରୁ କଂଗ୍ରେସର ମନ୍ତବ୍ୟ ତାଙ୍କୁ ଦୁଃଖିତ କରିଥିବା ଦର୍ଶାଇଛନ୍ତି ଏରିକ୍‌। ଆମେ କୌଣସି ଦଳ ପାଇଁ କାମ କରୁନୁ, ବରଂ ଭାରତୀୟ ବାୟୁ ସେନା ଏବଂ ସରକାରଙ୍କ ସହିତ କାମ କରୁଛୁ। ତେଣୁ ତାହାହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ନିବେଶ ବାବଦରେ ସେସ୍ପଷ୍ଟ କରି କହିଛନ୍ତି, ଆମେ ରିଲାଏନ୍ସରେ ନିବେଶ କରିବାର ନାହିଁ। ସମସ୍ତ ଅର୍ଥ ଜଏଣ୍ଟ ଭେଞ୍ଚରକୁ ଯିବ। କେମିତି ଉତ୍ପାଦନ କରାଯିବ ଜାଣିବାକୁ ଚାହୁଁଥିବା କମ୍ପାନୀଠାରୁ ମଧ୍ୟ ଆମେ କୌଣସି ଶୁଳ୍କ ନେଉନାହୁଁ। ଆମର ଇଞ୍ଜିନିୟର ଏବଂ ଶ୍ରମିକ ଅଛନ୍ତି ଯେଉଁମାନେ କି କାରଖାନା ଭାଗର ନେତୃତ୍ୱ ନେବେ। ସେହିଭଳି ଆମ ସହିତ ଭାରତୀୟ କମ୍ପାନୀ ରିଲାଏନ୍ସ ଅଛି ଯାହାକି ଦେଶର ବିକାଶରେ ସମାଲ ହେବାକୁ ଚାହୁଁଛି ଏବଂ ବିମାନ ଉତ୍ପାଦନର ତରିକା ଶିଖିବାକୁ ଚାହୁଁଛି। ସରକାରୀ ନିୟମ ଅନୁଯାୟୀ ଡାସଲ୍ଟ ୪୯ ପ୍ରତିଶତ ନିବେଶ କରିବ ଏବଂ ରିଲାଏନ୍ସ ୫୧ ପ୍ରତିଶତ ନିବେଶ କରିବ। ମୋଟ ୮୦୦ ଟଙ୍କାର ନିବେଶରୁ ଆଗାମୀ ୫ ବର୍ଷରେ ୫୦:୫୦ ହିସାବରେ ୪୦୦ କୋଟି ନିବେଶ କରିବ। ବର୍ତ୍ତମାନ ସୁଦ୍ଧା ୪୦ କୋଟି ନିବେଶ ହୋଇସାରିଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରାୟତ୍ତ କମ୍ପାନୀ ହାଲ୍‌ ବବାଦରେ ସେ କହିଛନ୍ତି, ଯଦି ପ୍ରଥମରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୧୨୬ଟି ରାଫେଲର ଡିଲ୍‌ ହୋଇଥାଅନ୍ତା ହାଲ୍‌କୁ ସାମିଲ କରିବାରେ କିଛି ସମସ୍ୟା ନଥିଲା। ଏପରିକି ଗତ କିଛି ଦିନ ତଳେ ଅଫ୍‌ସେଟ୍‌ ଡିଲ୍‌ ପାଇଁ ହାଲ୍‌ ଅମଙ୍ଗ ହେବାରୁ ସେ ନୂତନ ଘରୋଇ କମ୍ପାନୀରେ ନିବେଶ ପାଇଁ ରିଲାଏନ୍ସ ସହିତ ଆଗକୁ ବଢ଼ିଥିଲେ।



from Odisha Reporter https://ift.tt/2JZctR5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages