ଜଳିଗଲା ପାଇପ୍ ଗୋଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଜଳିଗଲା ପାଇପ୍ ଗୋଦାମ

fire999

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦୀପାପଳିରେ ଘଟିଛି ଅଘଟଣ। ଭୁବନେଶ୍ୱର ଷ୍ଟେସନ ବଜାର ଛକ ଥିବା ଗର୍ଗ ଟ୍ରେଡିଂ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଗୋଦାମଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ବୋଲି କୁହାଯାଉଛି।

ତେବେ କିଭଳି ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ। ଏନେଇ ଗୋଦାମ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ରାତିରେ ଗୋଦାମ ମାଲିକ ଦୀପାବଳି ଅବସରରେ ଦୀପ ଜାଳି ଘରକୁ ଯିବା ପରେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡ ନେଇ ତଦନ୍ତ ଜାରି ରହିଛି।

ଦମକଳ ବାହିନୀର କର୍ମଚାରୀ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ହଠାତ୍‌ ଗୋଦାମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଗୋଦାମରେ କେବଳ ପ୍ଲାଷ୍ଟିକ ପାଇପ ଓ ବିଭିନ୍ନ ଉପକରଣ ଥିବାରୁ ନିଆଁ ପ୍ରକୋପ ସଙ୍ଗେସଙ୍ଗେ ବଢିବାରେ ଲଗିଥିଲା। ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ।

ପ୍ରାୟ ୩ରୁ ୪ଘଣ୍ଟାର କସରତ ପରେ ନିଆଁ ଆୟତ ହୋଇଥିଲା। ଗୋଦାମରେ ବାୟୁ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ କବାଟ ଝରକା ଭାଙ୍ଗି ନିଆଁକୁ ଆୟତ କରାଯାଇଥିଲା। ପ୍ଲାଷ୍ଟିକ ଗୋଦାମଟି ସଂପୂର୍ଣ୍ଣ ପୋଡ଼ି ଯାଇଛି।



from Odisha Reporter https://ift.tt/2zxELxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages