
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ପରି ବିଶ୍ୱ ଏଡସ୍ ଦିବସ ଅବସରରେ ଓଡିଶାର ନମ୍ବର ୱାନ୍ ନି୍ୟୁଜ୍ ଚ୍ୟାନାଲା ଓଟିଭି ପକ୍ଷରୁ ମିନି ମାରାଥନ୍ ଆୟୋଜିତ ହୋଇଛି। ଡିସେମ୍ବର ୧ ତାରିଖ ସକାଳେ ଭୁବନେଶ୍ୱରଠାରେ ଏହି ଗଣଦୌଡର ଆୟୋଜନ କରାଯାଇଛି। ଓଟିଭିର ଏହି ଗଣଦୌଡ କାର୍ଯ୍ୟକ୍ରମରେ ୫୦୦୦ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି ଗଣଦୌଡ଼ କାର୍ଯ୍ୟକ୍ରମର Live Telecast ମଧ୍ୟ ଆପଣ ଦେଖିପାରିବେ।
୨୦୦୯ରେ ଓଟିଭି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯାହା ଆଜି ୧୦ ବର୍ଷରେ ପହଞ୍ଚିଛି। ଏହି ଗଣଦୌଡ଼ ଆୟୋଜନର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ HIV AIDS ସମ୍ପର୍କରେ ସଚେତନ କରାଇବା। ମନରେ ଥିବା ଭ୍ରାନ୍ତି ଦୂର କରିବା ସହ ଏଡସ୍ ମୁକାବିଲା କରିବାକୁ ମନୋବଳ ଦୃଢ କରିବାର ସଙ୍କଳ୍ପ ନେଇ ଏହି ଅଭିଯାନ ଜାରି ରହିବ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କ୍ଷାତି ଅର୍ଜନ କରିଥିବା ବ୍ୟକ୍ତିମାନେ ଯୋଗ ଦେଉଛନ୍ତି। ଏଣୁ ଆପଣ ମଧ୍ୟ ଏଥିରେ ସାମିଲ କରିପାରିବେ।
from Odisha Reporter https://ift.tt/2E3WTn7
No comments:
Post a Comment