
ଲକ୍ଷ୍ନୌ: ଜେଲ୍ ଭିତରେ ରହିଥିଲେ ମଧ୍ୟ ମୋବାଇଲ୍, ମଦ ଓ ସିଗାରେଟ୍ ମିଳୁଛି। ଏହା ଭିତରେ ଥିବା କଏଦୀମାନେ ବେଶ ଆରାମରେ ବନ୍ଦୀ ଜୀବନକୁ ଉପଭୋଗ କରୁଛନ୍ତି। ଜେଲ୍ ଭିତରୁ ରହି ବାହାରେ ନିଜ ଅପରାଧୀକ ନେଟୱର୍କକୁ ସୁଦୃଢ଼ ମଧ୍ୟ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତର ପ୍ରଦେଶର ରାୟବରେଲି ଜେଲ୍ରେ ଦେଖିବାକୁ ମିଳିଛି।
ଏହି ଜେଲ୍ରେ ଥିବା କଏଦୀମାନେ କେମିତି ବାରାକ ମଧ୍ୟରେ ମଦ ପିଇବା ସହ ମୋବାଇଲ ଫୋନ୍ରେ କଥା ହୋଇ ସିଗାରେଟ୍ ଟାଣୁଛନ୍ତି, ତା’ର ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟିରେ କଏଦୀମାନଙ୍କ ପାଖରେ ଚାରିଟି ଅଫୁଟା ବୁଲେଟ ମଧ୍ୟ ଥୁଆ ଯାଇଥିବା ଦେଖିବାକୁ ମିଳୁଛି।
ଭିଡିଓଟି ଭାଇରାଲ୍ ହେବା ପରେ ଉତ୍ତର ପ୍ରଦେଶ ସରକାର ଆକ୍ସନ୍ ମୋଡ୍କୁ ଆସିଛନ୍ତି। ସରକାରଙ୍କ ପକ୍ଷରୁ ଜଣେ ବରିଷ୍ଠ ଜେଲ୍ ସୁପରିନଟେଣ୍ଡଣ୍ଟଙ୍କ ସମେତ ୬ ଜଣଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।
ଭାଇରାଲ୍ ଭିଡିଓରେ ଜଣେ କଏଦୀ ଫୋନ୍ରେ ମଦ ମଗାଉଥିବା ଦେଖିବାକୁ ମିଳୁଛି। ସେହିପରି ଅନ୍ୟ ଜଣେ କଏଦୀ କୌଣସି ଏକ ବ୍ୟବସାୟୀଙ୍କୁ ଧମକାଇ ତାଙ୍କ ଠାରୁ ଟଙ୍କା ମାଗୁଥିବା ଶୁଣିବାକୁ ମିଳୁଛି।
ଏକ ସ୍ଥାନୀୟ ଗଣମାଧ୍ୟମରେ ଏହି ଭିଡିଓ ପ୍ରକାଶ ପାଇବା ପରେ ଜେଲ୍ କର୍ତ୍ତୃପକ୍ଷ ଏଭଳି କାଣ୍ଡରେ ଲିପ୍ତ ଥିବା ୪ ଜଣ ଅନ୍ତେବାସୀଙ୍କୁ ଅନ୍ୟ ଏକ ଜେଲ୍କୁ ସ୍ଥାନାନ୍ତର କରିଛନ୍ତି। ଏହି କଏଦୀମାନଙ୍କ ନାଁରେ ଏଫ୍ଆଇଆର୍ ମଧ୍ୟ ରୁଜୁ ହୋଇଛି। ଏହି ଘଟଣା ପରେ ଜେଲ୍ରେ ଛାନଭିନ୍ କରାଯିବା ସହ ୪ଟି ମୋବାଇଲ୍ ଓ ସିମ୍ କାର୍ଡ ଜବତ ହୋଇଛି।
ଗୋଟିଏ ପଟେ ଜେଲ୍ର ପରିବେଶ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ସୁପ୍ରିମକୋର୍ଟ କହୁଥିବା ବେଳେ ଉତ୍ତର ପ୍ରଦେଶର ଜେଲ୍ରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଦେଖନ୍ତୁ ଭିଡିଓ:
ବି.ଦ୍ର: (ଏହି ଭିଡିଓରେ କିଛି ଆପତ୍ତିଜନକ ଓ ଅଶ୍ଳୀଳ ଭାଷାର ପ୍ରୟୋଗ ହୋଇଛି।)
This resembles a resort instead of a jail [Raebareli, UP] pic.twitter.com/fEE5Y5CdAu
— #Advaitam (@advaitology) November 26, 2018
from Odisha Reporter https://ift.tt/2An3YLd
No comments:
Post a Comment