ନିର୍ବାଚନ ଲଢ଼ିବେ ବାଂଲାଦେଶ ଅଧିନାୟକ ମୋର୍ତାଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ନିର୍ବାଚନ ଲଢ଼ିବେ ବାଂଲାଦେଶ ଅଧିନାୟକ ମୋର୍ତାଜା

ଢାକା: ବାଂଲାଦେଶରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ଲଢ଼ିବେ ଜଣାଶୁଣା କ୍ରିକେଟର ତଥା ବାଂଲାଦେଶର ଦିନିକଆ ଅଧିନାୟକ ମୁଶାରଫ୍‌ ମୋର୍ତାଜା। ସେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଦଳ ବା ଶାସକ ଦଳ ଆୱାମୀ ଲିଗ୍‌ରୁ ଲଢ଼ିବେ ବୋଲି ନିଜେ ହାସିନା ସ୍ପଷ୍ଟ କରିଛନ୍ତି।

ମୋର୍ତାଜା ତାଙ୍କ ଜନ୍ମସ୍ଥାନ ନରାଲିରୁ ନିର୍ବାଚନ ଲଢ଼ିବେ, ଯାହାକି ବାଂଲାଦେଶର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ଘଟଣାରେ ମତ ରଖି କୁହାଯାଇଛି, “ସେ ରାଜନୀତିରେ ଭାଗ ନେବାରେ ଆମର କୌଣସି ସମସ୍ୟା ନାହିଁ। କାରଣ ଏହା ମୋର୍ତାଜାଙ୍କର ସାମ୍ବିଧାନିକ ଅଧିକାର। କିନ୍ତୁ ଆମେ ତାଙ୍କଠାରୁ ଆଶା କରିବୁ ସେ ଯେପରି ଉଭୟ ଖେଳ ଓ ରାଜନୀତି ମଧ୍ୟରେ ସମତୁଲତା ରକ୍ଷା କରିବେ।”

ଶେଷ ଖବର ସୁଦ୍ଧା ନିଜେ ମୋର୍ତାଜା ଏନେଇ କିଛି ମତ ରଖିନାହାନ୍ତି । ଦକ୍ଷିଣ ଏସିଆରେ କ୍ରିକେଟ୍‌ ଖେଳକୁ ପ୍ରାୟ ଏକ ଧର୍ମ ପରି ବିବେଚନା କରାଯାଉଥିବାରୁ ଏପରି ଲୋକପ୍ରିୟତା ଆଧାରରେ ପୂର୍ବରୁ ମଧ୍ୟ କିଛି ଖେଳାଳିଙ୍କୁ ରାଜନୀତିରେ ଭାଗ ନେବାର ଦେଖାଯାଇଥିଲା। କିନ୍ତୁ ଅବସର ନନେଇ ଖେଳରେ ସକ୍ରିୟ ଥିବା ସମୟରେ ରାଜନୀତିକୁ ବା ନିର୍ବାଚନରେ ଓହ୍ଲାଇବା ସମ୍ଭବତଃ ପ୍ରଥମ ଥର ହେବ।



from Odisha Reporter https://ift.tt/2FgtpUn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages