ଦିଲ୍ଲୀ ରଣଜୀ ଦଳର ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଦିଲ୍ଲୀ ରଣଜୀ ଦଳର ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ଆଇପିଏଲ୍‌ ଭଳି ଦିଲ୍ଲୀ ରଣଜୀ ଟିମ୍‌ ଅଧିନାୟକ ପଦକୁ ମଧ୍ୟ ଛାଡ଼ିଦେଇଛନ୍ତି। ଏ ସମ୍ପର୍କରେ ଗମ୍ଭୀର ଟ୍ୱିଟ୍‌ ଯୋଗେ ସୂଚନା ଦେଇ କହିଛନ୍ତି, “ ମୁଁ ଡିଡିସିଏକୁ ଅନୁରୋଧ କରୁଛି କି ଚଳିତ ରଣଜୀ ସେସନ୍ସ ପାଇଁ ମୋ ନାଁକୁ ଅଧିନାୟକ ଭାବେ ବିଚାରକୁ ନିଆ ନଯାଉ। ଏବେ ଯୁବ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦେବାର ସମୟ ଆସିଯାଇଛି।

ଖାସ୍‌ ସେଥିପାଇଁ ଡିଡିସିଏକୁ ମୋତେ ଅଧିନାୟକ ନ କରିବାକୁ କହୁଛି। ମୁଁ ପରଦା ପଛରେ ରହି, ନୂଆ ଖେଳାଳିଙ୍କୁ ମ୍ୟାଚ୍‌ ଜିତିବାରେ ସହାୟତା କରିବି।” ତେବେ ଡିଡିସିଏ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରିନାହିଁ।

ଏହାପୂର୍ବରୁ ୩୭ ବର୍ଷୀୟ ଗମ୍ଭୀର ଚଳିତ ବର୍ଷ ଆଇପିଏଲ୍‌ର ଦିଲ୍ଲୀ ଡେୟାର ଡେଭିଲ୍‌ସର ଅଧିନାୟକ ପଦ ଛାଡ଼ିଥିଲେ। ୨୦୧୮ ଆଇପିଏଲ୍‌ ସଂସ୍କରଣ ଆରମ୍ଭରୁ ଗମ୍ଭୀର ଡେୟାର ଡେଭିଲ୍‌ସର ଅଧିନାୟକ ପଦ ସମ୍ଭାଳୁଥିଲେ।

କିନ୍ତୁ କିଛି ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାକୁ ତାଙ୍କ ଉପରେ ଚାପ ବଢ଼ିଥିଲା ଏବଂ ସେ ଅଧିନାୟକ ପଦକୁ ବାଏବାଏ କହିଥିଲେ। ଫଳରେ ଯୁବ ତାରକା ଶ୍ରେୟସ ଆୟରଙ୍କୁ ଦିଲ୍ଲୀ ଟିମ୍‌ର କ୍ୟାପ୍ଟେନ୍‌ କରାଯାଇଥିଲା।



from Odisha Reporter https://ift.tt/2RyrCvp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages