
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ୍ ମାଡ଼ ପ୍ରତିବାଦରେ ଓକିଲଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ ଫସର ଫାଟିଯିବା ପରେ ଏହାକୁ ଆହୁରି ତୀବ୍ର କରିବାକୁ ଓକିଲମାନେ ପଦକ୍ଷେପ ନେଉଛନ୍ତି। ତେବେ ଦୀର୍ଘଦିନ ହେବ ଚାଲିଥିବା ଏହି ଆନ୍ଦୋଳନରେ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କୁ କଂଗ୍ରେସ ଅନୁରୋଧ କରିଛି।
କଂଗ୍ରେସର ଏକ ୭ ଜଣିଆ ଟିମ୍ ଆଜି ରାଜ୍ୟପାଳଙ୍କୁ ଭେଟିବା ପରେ ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍।
ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଶାସନ ମୁଖ୍ୟ ନୁହେଁ, ବିଜେଡି ମୁଖ୍ୟ ଭାବେ କାମ କରୁଛନ୍ତି। ବିଜେଡି ଲିଗାଲ ଫ୍ରଣ୍ଟକୁ ବ୍ୟବହାର କରି ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଯାହା ନଖରେ ଛିଡ଼ିବା କଥା ତାକୁ ଅଧିକ ଗୁରୁତର କରିଦେଲେ।”
କଂଗ୍ରେସର ଅଭିଯୋଗକୁ ନେଇ ରାଜ୍ୟପାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦଳ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2JBtXCQ
No comments:
Post a Comment