ହୋଟେଲ ମାଲିକଙ୍କୁ ରାସ୍ତାରୁ ଉଠାଇନେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ହୋଟେଲ ମାଲିକଙ୍କୁ ରାସ୍ତାରୁ ଉଠାଇନେଲ

677900

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଜଣେ ହୋଟେଲ୍‌ ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏ ଘଟଣା ଘଟିଛି। ଅପହୃତ ହୋଇଥିବା ହୋଟେଲ୍ ମାଲିକଙ୍କ ନାଁ ସୁନୀଲ ସାହୁ।

ଅଭିଯୋଗ ଅନୁଯାୟୀ, ସୁନୀଲ ଗତକାଲି ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ନିଜ ଗାଁ ଡଙ୍ଗରଭେଜାରୁ ସ୍କୁଟିରେ ନବରଙ୍ଗପୁର ଫେରୁଥିବା ବେଳେ ଖୁଂଟିଆ ଓ ସିନ୍ଧିଗୁଡ଼ା ଗାଁ ମଝିରେ ୮ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରି ଗାଡ଼ିରେ ନେଇ ଯାଇଥିଲେ।

କିଛି ଲୋକ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସୁନୀଲଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

ଏଫ୍‌ସିଆଇ ନିକଟରେ ସୁନୀଲଙ୍କର ରକିସାନ୍‌ ନାଁରେ ଏକ ହୋଟେଲ୍ ଓ ଲଜ୍ ରହିଛି।

ତେବେ ଏନେଇ ପୁଲିସ୍ ଓ ତାଙ୍କ ଘର ଲୋକେ କିଛି କହିବାକୁ ମନା କରି ଦେଇଛନ୍ତି।



from Odisha Reporter https://ift.tt/2OBtSQN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages