
ସିଡ୍ନୀ: ରବିବାର ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ର ଶେଷ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ଭାରତ ବିଜୟୀ ହୋଇଥିଲା ଏବଂ ସିରିଜ୍କୁ ବରାବର୍ କରି ଥିଲା। ଏହି ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ କୃନାଲ ପାଣ୍ଡ୍ୟା। ସେ ୩୬ ରନ୍ରେ ୪ ୱିକେଟ୍ ନେଇ ଅଷ୍ଟ୍ରେଲିଆର ମିଡିଲ୍ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ। ମ୍ୟାଚ୍ରେ ଅଧିନାୟକ ବିରାଟ କୋହଲି ବି ଆକର୍ଷଣୀୟ ଇନିଂସ ଖେଳିଥିଲେ। ୪୧ ବଲ୍ରେ ଅପରାଜିତ ରହି ୬୧ ରନ୍ କରିଥିଲେ। ତେବେ ଅଷ୍ଟ୍ରେଲିଆର ସିଡ୍ନୀରେ ହୋଇଥିବା ଏହି ମ୍ୟାଚ୍ରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ ଜଣେ ସୁରକ୍ଷା କର୍ମୀ।
ବାଉଣ୍ଡ୍ରି ଲାଇନ୍ ପାଖରେ ମୁତୟନ ହୋଇଥିବା ଏହି ସୁରକ୍ଷାକର୍ମୀ ଜଣଙ୍କ ବିରାଟ କୋହଲି ମାରିଥିବା ଏକ ଛକାକୁ କ୍ୟାଚ୍ ଧରିଥିଲେ। ୧୭ତମ ଓଭରରେ ଗ୍ଲେନ୍ ମାକ୍ସୱେଲଙ୍କ ବଲ୍ରେ ବିରାଟ ଏହି ଛକା ମାରିଥିଲେ। ସୁରକ୍ଷାକର୍ମୀମାନେ ବଲ୍ଟିକୁ କ୍ୟାଚ୍ କରିବା ପରେ ଉପସ୍ଥିତ ଲୋକେ କରତାଳି ଦେଇ ତାଙ୍କୁ ପ୍ରଶଂସା କରିଥିଲେ।
https://www.youtube.com/watch?v=lZJmgkt7IZ8
from Odisha Reporter https://ift.tt/2RammOE
No comments:
Post a Comment