
ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଚଳନ୍ତା ବସ୍ରୁ ବାହାରିଗଲା ଚକା। ହେଲେ ଭାଗ୍ୟ ଭଲ କାହାରି କିଛି ହୋଇନି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲା ବିଷୋୟୀ ବଜାର ନିକଟ ସାରନା ଛକରେ।
ଆଜି ସକାଳେ ଭୁବନେଶ୍ୱରରୁ ରାଇରଙ୍ଗପୁର ଆସୁଥିବା ‘ସାଇ ଶଙ୍କର’ ନାମକ ଏକ ବସ୍ର ପଛ ଚକା ସାରନା ଛକରେ ବାହାରି ଯାଇଥିଲେ। ତେବେ ଭାଗ୍ୟ ଭଲ ସେତେବେଳେ ବସ୍ର ବେଗ୍ ବହୁତ କମ୍ ଥିଲା ଓ ତାହା ସ୍ପିଡ୍ ବ୍ରେକର (ହମ୍ପସ୍) ଅତିକ୍ରମ କରୁଥିଲା।
ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିଲେ।
ଗତ ମଙ୍ଗଳବାର ସନ୍ଧ୍ୟାରେ କଟକରେ ମହାନଦୀ ପୋଲ ଉପରୁ ଏକ ବସ୍ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ବସ୍ଟି ଅନୁଗୋଳ ଜିଲ୍ଲା ତାଳଚେରରୁ କଟକ ଆସୁଥିଲା।
from Odisha Reporter https://ift.tt/2DRf1Ax
No comments:
Post a Comment