ନାବଳିକାଙ୍କ ଦୁଷ୍କର୍ମ ଏବଂ ହତ୍ୟା ପୂର୍ବରୁ ଗୋଡ଼ ଭାଙ୍ଗିଦେଉଥିବା ସ୍ୱୀକାର କଲା ଏହି ନରପିଶାଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ନାବଳିକାଙ୍କ ଦୁଷ୍କର୍ମ ଏବଂ ହତ୍ୟା ପୂର୍ବରୁ ଗୋଡ଼ ଭାଙ୍ଗିଦେଉଥିବା ସ୍ୱୀକାର କଲା ଏହି ନରପିଶାଚ

ନୂଆଦିଲ୍ଲୀ: ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ପୂର୍ବରୁ ପୀଡ଼ିତାଙ୍କ ଗୋଡ଼ ଭାଙ୍ଗି ଦେଉଥିଲା ଏବଂ ଏପରି ପାଶବିକ କାଣ୍ଡ ପାଇଁ ସେ ବାଛୁଥିଲା ୩ରୁ ୭ ବର୍ଷର ନାବାଳିକା। ପୁଲିସ୍‌କୁ ଏଭଳି ଭୟଙ୍କର ତଥ୍ୟ ଦେଇଛି ଜଣେ ୨୦ ବର୍ଷୀୟ ଅଭିଯୁକ୍ତ ଯିଏକି ଜଣେ ବେକାର ବୋଲି ମଧ୍ୟ ଜଣାପଡ଼ିଛି। ରାଜଧାନୀ ନୂଆଦିଲ୍ଲୀରେ ସେ ଏଭଳି ୭ ଜଣଙ୍କ ହତ୍ୟା କରିଥିବାବେଳେ ଅନ୍ୟ ୩ଟି ସହରରେ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା ସେ ନିଜେ ସ୍ୱୀକାର କରିଛି।

ଗତ ଦୁଇ ବର୍ଷ ଧରି ସେ ଏଭଳି ଘଟଣା ଘଟାଇ ଆସୁଥିବା କଥା ସ୍ୱୀକାର କରିଛି। ଚକୋଲେଟ୍‌ ଏବଂ ଟଙ୍କାର ପ୍ରଲୋଭନ ଦେଖାଇ ସେ ଏପରି କାଣ୍ଡ ଭିଆଉଥିଲା। ଗତ କିଛି ବର୍ଷ ଧରି ରହସ୍ୟଜନକ ଭାବରେ କିଛି ନାବଳିକା ନିଖୋଜ ହୋଇଯିବା ପଛରେ ଏଭଳି ଯୌନ ଅପରାଧ ହିଁ ମୁଖ୍ୟ କାରଣ ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଗୁରୁଗ୍ରାମ ଅଞ୍ଚଳର ଏକ ବସ୍ତିରେ ଗତ ନଭେମ୍ବର ୧୧ ତାରିଖ ଦିନ ଏଭଳି ଘଟଣା ଘଟିଥିଲା। ସେ ଏକ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହେବାପରେ ତାକୁ ସୋମବାର ଦିନ ଉତ୍ତରପ୍ରଦେଶର ଝାନ୍ସିରୁ ଗିରଫ କରାଯାଇଥିଲା। ଏହା ପରଠାରୁ ତା’ର ଜେରା ଚାଲୁ ରହିଛି।

ପୁଲିସ୍‌ ଅଭିଯୁକ୍ତକୁ ୮ଦିନିଆ ରିମାଣ୍ଡରେ ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାର ବୟାନ ୩ଟି ମାମଲା ସହିତ ମେଳ ଖାଉଛି। ଅନ୍ୟ ସମସ୍ତ ନାବାଳିକା ହତ୍ୟା ମାମଲା ବାବଦରେ ମଧ୍ୟ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।



from Odisha Reporter https://ift.tt/2PIYxB5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages