କିଛି ନ ବୁଝି ଆଇସିସିକୁ ସମାଲୋଚନା କରି ଲଜ୍ଜିତ ହେଲେ ପାକ୍‌ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

କିଛି ନ ବୁଝି ଆଇସିସିକୁ ସମାଲୋଚନା କରି ଲଜ୍ଜିତ ହେଲେ ପାକ୍‌ ଫ୍ୟାନ୍‌

ଦୁବାଇ: ମହିଳା ଟି-୨୦ ବିଶ୍ୱକପ୍‌କୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) କରିଥିବା ଏକ ଟ୍ୱିଟ୍‌କୁ ବୁଝି ନପାରି ପାକିସ୍ତାନ ଫ୍ୟାନ୍‌ମାନେ ପ୍ରଥମେ ସଂସ୍ଥାକୁ ସମାଲୋଚନା କରି ଅନେକ ମତଦେଇଥିଲେ। ହେଲେ ଆଇସିସି ଏହାର ଉତ୍ତର ଦେବା ପରେ ପାକ୍‌ କ୍ରିକେଟ୍‌ ଫ୍ୟାନ୍‌ମାନେ ସୋଶାଲ୍‌ ମିଡିଆରେ ଲଜ୍ଜିତ ହୋଇଛନ୍ତି।

ପୂରା ଘଟଣା ଏମିତି ଥିଲା: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ କେଉଁ ଦଳ ଫାଇନାଲ ଖେଳିବ, ତାକୁ ନେଇ ଟ୍ୱିଟରରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଏକ ପୋଲ୍‌ ବ୍ୟବସ୍ଥା କରିଥିଲା। ଏଥିରେ ସେମି ଫାଇନାଲ୍‌କୁ କ୍ୱାଲିଫାଏ କରିଥିବା ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ର ନାଁ ରହିଥିଲା।

ଏହି ୪ ଦଳ ମଧ୍ୟରୁ କେଉଁ ଦୁଇଟି ଦଳ ଫାଇନାଲ୍‌ ଖେଳିବେ ବୋଲି ଆଇସିସି ଫ୍ୟାନ୍‌ମାନଙ୍କୁ ପୂର୍ବାନୁମାନ କରିବାକୁ କହିଥିଲା। ହେଲେ ପାକିସ୍ତାନର କ୍ରିକେଟ୍‌ ଫ୍ୟାନ୍‌ମାନେ ଏହାକୁ ବୁଝି ପାରି ନଥିଲେ। ସେମାନେ କାହିଁକି ପାକିସ୍ତାନକୁ ଏହି ତାଲିକାରେ ସାମିଲ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।

ଜଣେ ବ୍ୟକ୍ତି କହିଥିଲେ, ବୋଧେ ଆଇସିସି ପାକିସ୍ତାନ କଥା ଭୁଲି ଯାଇଛି। ଆଉ ଜଣେ କହିଥିଲେ, ପାକିସ୍ତାନ ବିଶ୍ୱର ୧ ନଂ ଟି-୨୦ ଦଳ(ପୁରୁଷ) ହୋଇଥିଲେ ମଧ୍ୟ ଆଇସିସି ଅନ୍ଧ ଓ ବଧିରଙ୍କ ଭଳି ନିଷ୍ପତ୍ତି ନେଇ ପାକିସ୍ତାନକୁ ସାମିଲ କରିନାହିଁ। ସେହିଭଳି ଆଉ ଜଣେ କହିଥିଲେ ପାକିସ୍ତାନକୁ ଅଣ୍ଡରଏଷ୍ଟିମେଟ୍‌ କରିବା ଠିକ୍‌ ନୁହେଁ।

ଏଭଳି ସମାଲୋଚନା ପରେ ଆଇସିସି କହିଥିଲା ଯେ, ବନ୍ଧୁଗଣ ଏହା ମହିଳା ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ପାକିସ୍ତାନ କେମିତି ଏହି ତାଲିକାରେ ସ୍ଥାନ ପାଇବ ବନ୍ଧୁଗଣ?” ଏହାପରେ ପାକିସ୍ତାନ ଫ୍ୟାନ୍‌ମାନେ କୌଣସି ଜବାବ ନ ଦେଇ ଚୁପ୍‌ ହୋଇଯାଇଥିଲେ।



from Odisha Reporter https://ift.tt/2PDiglt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages