
ନୂଆଦିଲ୍ଲୀ: ନୂଆ କରି ଦିଲ୍ଲୀରେ ଖୋଲିଥିବା ସିଗନେଚର ବ୍ରିଜ୍ ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିବାରେ ଲାଗିଛି। ଶୁକ୍ରବାର ଏହି ବ୍ରିଜ୍ରେ ଦୁଇ ଜଣ ଡାକ୍ତରୀ ଛାତ୍ର ପ୍ରାଣ ହରାଇଥିବା ବେଳେ ଆଜି ସକାଳୁ ପୁଣି ଜଣଙ୍କ ଜୀବନ ଯାଇଛି। ୨୪ ଘଣ୍ଟା ମଧ୍ୟରେ ୩ଟି ମୁଣ୍ଡ ନେଇଥିବା ସିଗନେଚର୍ ବ୍ରିଜ୍କୁ ନେଇ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।
ଆଜି ସକାଳେ ଗାଜିଆବାଦର ୨୪ ବର୍ଷୀୟ ଶଙ୍କର ତାଙ୍କ ସମ୍ପର୍କୀୟ ଭାଇ ୧୭ ବର୍ଷୀୟ ଦୀପକଙ୍କୁ ନେଇ ଉତ୍ତର ଦିଲ୍ଲୀର ନଙ୍ଗଲୋଇଠାରୁ ଉତ୍ତର-ପୂର୍ବ ଦିଲ୍ଲୀ ଅଭିମୁଖେ ଯାଉଥିଲେ।
ଏହି ସମୟରେ ବ୍ରିଜ୍ ଉପରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍ପିଟାଲ୍ ନିଆଯାଉଥିଲେ ହେଁ ଅଧା ବାଟରେ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା।
ଦୀପକ ଏବେ ସୁସ୍ଥ ଥିବା ବେଳେ ସବୁ କଥା ପୁଲିସ୍କୁ କହିଛନ୍ତି। ବାଇକ୍ଟି ସ୍ଲିପ୍ କରିବା ପରେ ବ୍ରିଜ୍ର ଡିଭାଇଡର୍ରେ ପିଟି ହୋଇଯାଇଥିଲା। ଫଳରେ ଶଙ୍କର ଓ ସେ ତଳେ ଛିଟିକି ପଡ଼ିଥିଲେ।
from Odisha Reporter https://ift.tt/2SaISqO
No comments:
Post a Comment