ଟିଭି ପରଦାରେ ଶେଷ ଥର ଗାଇଥିଲେ ଏଇ ଗୀତଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଟିଭି ପରଦାରେ ଶେଷ ଥର ଗାଇଥିଲେ ଏଇ ଗୀତଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “ପୂଜା ଫୁଲ”ରୁ ଛିଡ଼ି ପଡ଼ିଛି ପାଖୁଡ଼ାଏ ପ୍ରେମ, ସମୟର ହାତ ବାଜି ‘ସିନ୍ଦୁର ବିନ୍ଦୁ’ ବି ନେସି ହୋଇଯାଇଛି । ଝୁରି ହେଉଛି ଲାବଣ୍ୟତୀ। ମଧୁରାତି ସବୁ ବିଷ ଭଳି ଲାଗିଲାଣି ତାକୁ। କାରଣ, ପ୍ରିୟତମ ଚିତ୍ତ ଏବେ ଚିର ନିଦ୍ରାରେ। ଖାଲି ଯାହା ଏବେ ସେ ଅନୁଭୂତ ହେବେ ସ୍ମରଣୀୟ ଗୀତ ସବୁର ଧୂନ୍‌ରେ।  ଏଥର କିନ୍ତୁ ସେ ମନେ ପଡ଼ିବେ। ମନେପଡ଼ିବ, କେହି ଜଣେ ‘ଚିତ୍ତ’ ଥିଲା, ଯେ ପ୍ରେମ ପାଇଁ ବଞ୍ଚିଥିଲା। କଣ୍ଠର ଯାଦୁରେ ବାଣ୍ଟୁଥିଲା ପ୍ରେମର ମୂର୍ଚ୍ଛନା।

“ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, ଏଡିକି ମନୋଇ ଝିଅ, ମନ ମାନିଥିଲେ କହେ ମୁଁ ଏକା ତୁମର…”

ଏ କାଳଜୟୀ ଗୀତଟିକୁ ନିଶ୍ଚିତ ଆପଣ ଶୁଣିଥିବେ। ଓଡ଼ିଆ ସିନେମାର ମାଇଲଷ୍ଟୋନ୍‌ ଭାବେ ପରିଚିତ ଏହି ଗୀତଟି ଥିଲା ପ୍ରଖ୍ୟାତ ଓଡ଼ିଆ ଗୀତିକାର ଚିତ୍ତ ଜେନାଙ୍କ ସୃଷ୍ଟି। ଯାହା ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଆଉ ଏଇ ଗୀତ ହିଁ ଥିଲା ତାଙ୍କ ଜୀବନର ଶେଷ ଗୀତ। କହିବାର କଥା ଏଇଆ ଯେ, ଚିତ୍ତ ଶେଷଥର ପାଇଁ ଟିଭି ପରଦାରେ ଏଇ ଗୀତଟିକୁ ହିଁ ଗାଇଥିଲେ।

ତରଙ୍ଗରେ ପ୍ରସାରିତ “ପି’ ଫର୍‌ ପ୍ରଫୁଲ୍ଲ” କାର୍ଯ୍ୟକ୍ରମରେ ସେଦିନ ଅସୁସ୍ଥତା କାରଣରୁ ତାଙ୍କ ତୁଣ୍ଡରୁ ସେମିତିକ କିଛି ଶୁଣିବାକୁ ମିଳି ନ ଥିଲା ସତ। ହେଲେ ପଣ୍ଡିତ୍‌ ପ୍ରଫୁଲ୍ଲ କର ଯେବେ ହାରମୋନିୟମ୍‌ରେ ସୁର୍‌ ବାନ୍ଧିଲେ, ଚିତ୍ତ ପୁଣି ଥରେ ଫେରି ଯାଇଥିଲେ ପୁରୁଣା ଦିନକୁ । ସେଇ ଭାବ, ସେଇ ଅନୁଭବରେ ଝରି ପଡିଥିଲା ତାଙ୍କ ତୁଣ୍ଡରୁ ‘ସିନ୍ଦୁର ବିନ୍ଦୁ’ ଚଳଚ୍ଚିତ୍ରରେ ସେଇ କାଳଜୟୀ ଗୀତ।

ଆଜି ତାଙ୍କ ଆବର୍ତ୍ତମାନରେ ଓଡ଼ିଶାର କଳାପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ଆଉ ସବୁରି ମୁହଁରେ ଗୋଟିଏ କଥା। ଚିତ୍ତ ସିନା ଚାଲିଗଲେ ହେଲେ ସେ ଛାଡ଼ି ଯାଇଛନ୍ତି ତାଙ୍କ ଭଲ ପାଇବାକୁ, ‘ଲାବଣ୍ୟବତୀ’କୁ, ସେଇ ଗୀତମାନଙ୍କୁ।

ଚିତ୍ତ ଜେନାଙ୍କ କିଛି ଗୀତର ବୋଲ୍‌- 

ରୂପ ହୋଇଥିବ ଲାବଣ୍ୟବତୀ/ଗୁଣରେ ଲାଜୁକି ମଉନାବତୀ
ଏମିତି ଯଦି ମିଳିବ ସାଥୀ/ ମଧୁ ବରଷିବ ରାତି ରାତି।

ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର/ ମୋ ପ୍ରିୟାଠାରୁ କିଏ ଅଧିକ ଗୁଣର
ଏଡିକି ମନୋଇ ଝିଅ, ମନ ମାନିଥିଲେ କହେ/ ମୁଁ ଏକା ତୁମର।

କାହିଁ ଗଲେ ଶ୍ୟାମଘନ/ ଏ ଘନ କାନନେ
ଝୁରେ ରାଧା ବିରହୀଣି/ ଏକାକୀ ଆକୁଳେ, ବନ୍ଧୁରେ..

ଏ ପରବତ କୁଞ୍ଚି କୁଞ୍ଚିକା, ଏ ନଈ ଯାଏ ବହି ବହିକା
ଏ ଜହ୍ନ ଯାଏ ଘୁଞ୍ଚି ଘୁଞ୍ଚିକା, ମୋ ପ୍ରୀୟା ଯାଏ ରୂଷି ରୁଷିକା

ଆରତି ସଜାଡି, ବସିଛି ପୂଜାରୀ/ ମନ ମନ୍ଦିରେ ଏକା
ଜଳୁଛି ଦୀପାଳି, ଆଖିର ଲୁହରେ/ ବାଜୁଛି ଶଂଙ୍ଖ, ମନର କୋହରେ
ପୂଜା, କାହିଁ ପୂଜା …



from Odisha Reporter https://ift.tt/2QEeDbk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages