
ୱାଶିଂଟନ୍: ସାରା ବିଶ୍ୱରେ ଆଦୃତି ଲାଭ କରିଛି ଭାରତୀୟ ଆଲୋକର ପର୍ବ ଦୀପାବଳି। ହିନ୍ଦୁ ମାନଙ୍କର ପ୍ରମୁଖ ପର୍ବ ମଧ୍ୟରେ ଅନ୍ୟତମ ଏହି ପର୍ବକୁ ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ହାଉସ୍ରେ ମଧ୍ୟ ପାଳନ କରାଯାଇଛି। କିନ୍ତୁ ଏହି ଉତ୍ସବରେ ଦୀପ ଜାଳି ଉଦ୍ଘାଟନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀପାବଳିକୁ ହିନ୍ଦୁଙ୍କ ପର୍ବ ନକହି ଅଡ଼ୁଆରେ ପଡ଼ିଛନ୍ତି।
Today, we gathered for Diwali, a holiday observed by Buddhists, Sikhs, and Jains throughout the United States & around the world. Hundreds of millions of people have gathered with family & friends to light the Diya and to mark the beginning of a New Year. https://t.co/epHogpTY1A pic.twitter.com/9LUwnhngWJ
— Donald J. Trump (@realDonaldTrump) November 13, 2018
ସେ ଏହି ଟ୍ୱିଟ୍ରେ କେବଳ ଭାରତୀୟଙ୍କ ପର୍ବ ଲେଖିଥିଲେ ମଧ୍ୟ ଚଳିଯାଇଥାନ୍ତା। କିନ୍ତୁ ତାହା ନକରି ସେ ଲେଖିଥିଲେ, ଦୀପାବଳି ଏକ ଛୁଟିଦିନ, ଯାହାକି ଆମେରିକା ଏବଂ ସମଗ୍ର ବିଶ୍ୱର ବୌଦ୍ଧ, ଜୈନ ଏବଂ ଶିଖ୍ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି। ଶହ ଶହ ଲୋକ ନିଜ ପରିବାର ସହିତ ଏହି ନୂତନ ବର୍ଷକୁ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି କହିବା ସହିତ ନୂତନ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। କିନ୍ତୁ କୌଣସି ସ୍ଥାନରେ ହିନ୍ଦୁ ଶବ୍ଦର ବ୍ୟବହାର କରିନଥିବାରୁ ଏହା ହିନ୍ଦୁମାନଙ୍କୁ ପ୍ରବଳ ବାଧିଥିଲା ଯାହାକି ଟ୍ୱିଟ୍ ବିରୋଧର ରୂପ ନେଇଥିଲା।

ଏଥିରେ ସେ ଉତ୍ସବ ପାଳନର ଏକ ୟୁଟ୍ୟୁବ୍ ଲିଙ୍କ ମଧ୍ୟ ଯୋଡ଼ିଥିଲେ।
ସେ ଟ୍ୱିଟ୍ କରିଥିବା କିଛି ଫଟୋରେ ଏକ ମହମବତୀ ସାହାଯ୍ୟରେ ଦୀପ ଜାଳୁଥିବା ଜଣାପଡ଼ୁଛି। ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ନଭତେଜ୍ ସର୍ନା ମଧ୍ୟ ଉପସ୍ଥିତ ଥିଲେ।
ଏହି ଟ୍ୱିଟ୍ରେ ଭୁଲ କରିଥିବାରୁ ସମାଲୋଚନାର ବର୍ଷା ହେବାପରେ ସେ ଆଉ ଏକ ଟ୍ୱିଟ୍ରେ ଲେଖିଥିଲେ, ହ୍ୱାଇଟ୍ହାଉସ୍ର ରୁଜ୍ଭେଲ୍ଟ କକ୍ଷରେ ଆୟୋଜିତ ଦୀପାବଳି ଉତ୍ସବରେ ଯୋଗଦେଇ ମୁଁ ସମ୍ମାନିତ ଅନୁଭବ କରୁଛି, ଯାହାକି ହିନ୍ଦୁମାନଙ୍କର ଏକ ଆଲୋକର ଉତ୍ସବ। ଏଥିରେ ସେ ହ୍ୱାଇଟ୍ହାଉସ୍ ୱେବ୍ସାଇଟ୍ରେ ଅପ୍ଲୋଡ୍ ହୋଇଥିବା ଏକ ବିବୃତ୍ତିର ଲିଙ୍କ ଯୋଡ଼ିଛନ୍ତି।
It was my great honor to host a celebration of Diwali, the Hindu Festival of Lights, in the Roosevelt Room at the @WhiteHouse this afternoon. Very, very special people! https://t.co/kQk7IvpSFo pic.twitter.com/tYlBABg4JF
— Donald J. Trump (@realDonaldTrump) November 13, 2018
This is terrible. It's unconscionable @realDonaldTrump did not know Diwali was a Hindu holiday. So embarrassing. https://t.co/Ggx9OWcuVO
— Annie Gowen (@anniegowen) November 14, 2018
Hahaha!
Indian twitter is going to be infuriated beyond measure when it wakes up today morning to this tweet of highly ignorant @realDonaldTrump
The festival Diwali is celebrated by Hindus primarily. Then comes the rest of them. https://t.co/kovGVw0Qv2
— Amandeep S Khurana (@Whimsy_Seeker) November 14, 2018
Lol @realDonaldTrump sent a Diwali tweet missing out Hindus, got called out, deleted it, then reposted a new Diwali tweet — which also missed out Hindus… https://t.co/vUi2V6evLs
— Ashitha Nagesh (@ashnagesh) November 13, 2018
from Odisha Reporter https://ift.tt/2z8Uqnh
No comments:
Post a Comment