ଏକାଠି ଫ୍ଲାଟ୍‌ କିଣିଲେ ଅର୍ଜୁନ୍‌ ଓ ମଲାଇକା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଏକାଠି ଫ୍ଲାଟ୍‌ କିଣିଲେ ଅର୍ଜୁନ୍‌ ଓ ମଲାଇକା!

ମୁମ୍ବାଇ: ବଲିଉଡ୍‌ର ବଦ୍‌ନାମ୍‌ ଗାର୍ଲ ମୁନି ତଥା ମଲାଇକା ଅରୋରା ଓ ଅର୍ଜୁନ୍‌ କପୁରଙ୍କ  ମଧ୍ୟରେ ଥିବା ସମ୍ପର୍କ ପାଇଁ ଦୁହେଁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି, ସେ କୌଣସି ପାର୍ଟି ହେଉକି କୌଣସି ଇଭେଣ୍ଟ୍‌, ସବୁଠି ପାଖେପାଖେ ଅର୍ଜୁନ୍‌-ମଲାଇକା।

ନିକଟରେ ଦୁହିଁଙ୍କୁ କରଣ ଜୋହରଙ୍କ ସହ ଡିନର କରୁଥିବା ବେଳେ ସ୍ପଟ୍‌ କରାଯାଇଥିଲା। ଇତିମଧ୍ୟରେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଆଉ ବାହାଘର ପୂର୍ବରୁ ଦୁହେଁ ଏକାଠି ଗୋଟିଏ ଫ୍ଲାଟ କିଣିଥିବା ମଧ୍ୟ ଶୁଣିବାକୁ ମିଳୁଛି।

କୁହାଯାଉଛି ଦୁହେଁ ଏକାଠି ମିଶି ଲୋଖଣ୍ଡ୍‌ୱାଲା କମ୍ପ୍ଲେକ୍ସ ପାଖରେ ଏକ ଫ୍ଲାଟ୍‌ କିଣିଛନ୍ତି। କିନ୍ତୁ ସେହି ଫ୍ଲାଟ୍‌ରେ ଏକାଠି ରହିବେ ନା ନାହିଁ, ସେ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ।

ନିକଟରେ ‘କଫି ଉଇଥ୍‌ କରନ୍‌-୬’କୁ ଅର୍ଜୁନ୍‌ ଆସିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ କିଛି ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ଦେବାକୁ ଯାଇ ଅର୍ଜୁନ୍‌ କହିଥିଲେ- ‘ମୁଁ ଆଉ ସିଙ୍ଗିଲ୍‌ ନାହିଁ’ ।

ଏହି ଉତ୍ତରୁ ଆପଣ ନିଶ୍ଚିତ ଭାବେ ସବୁ ବୁଝି ଯିବେଣି।

ଅର୍ଜୁନ୍‌ ଏବେ ନିଜ ଫିଲ୍ମ ‘ପାନିପଥ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ସେ ଏକ ଭିନ୍ନ ଲୁକ୍‌ରେ ନଜର ଆସିବେ। ଆଉ ସେଥିପାଇଁ ତାଙ୍କ ଲୁକ୍‌କୁ ଗୋପନ ରଖାଯାଇଛି। ତାଙ୍କ ଲୁକ୍‌କୁ ଗୋପନ ରଖିବାକୁ ସେ  ‘ଆଇଏଫ୍‌ଏଫ୍‌ଆଇ’ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌କୁ ବି ଯାଇ ନ ଥିଲେ।



from Odisha Reporter https://ift.tt/2BwVyCS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages