
ମେଲବର୍ଣ୍ଣ: ଅଷ୍ଟ୍ରେଲିଆଠାରୁ ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦କୁ ମାତ୍ର ୪ ରନ୍ରେ ହାତଛଡ଼ା କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ରେ କମ୍ବ୍ୟାକ୍ ଲକ୍ଷ୍ୟ ନେଇ ମେଲବର୍ଣ୍ଣ ପଡ଼ିଆକୁ ଓହ୍ଲାଇଛି। ତେବେ ଭାରତ ରାସ୍ତାରେ ପୁଣି ବର୍ଷା କଣ୍ଟା ହୋଇ ଉଭା ହୋଇଛି।
ଟସ୍ ଜିତି ପ୍ରଥମେ ବୋଲିଂ କରୁଥିବା ବିରାଟ୍ ବାହିନୀ ଜବରଦସ୍ତ ପ୍ରଦର୍ଶନ କରି କଙ୍ଗାରୁ ଟିମ୍କୁ ୧୯ ଓଭର ଶେଷ ସୁଦ୍ଧା ମାତ୍ର ୧୩୨ ରନ୍ କରିବାର ସୁଯୋଗ ଦେଇଛି। ତେବେ ଅଷ୍ଟ୍ରେଲିଆ ୧୩୨ ରନ୍ରେ ୭ ୱିକେଟ୍ ହରାଇଥିବା ବେଳେ ବର୍ଷା ହେବାରୁ ମ୍ୟାଚ୍କୁ ସାମୟିକ ସ୍ଥଗିତ ରଖାଯାଇଛି। ବର୍ଷା ଛାଡ଼ିଲେ ଭାରତକୁ ଦ୍ୱିତୀୟ ଟି-୨୦ ଜିତିବା ପାଇଁ କେତେ ରନ୍ର ଟାର୍ଗେଟ ମିଳୁଛି ତାହା ଜଣାପଡ଼ିବ।

୩ ଟିକିଆ ଟି-୨୦ ସିରିଜ୍ରେ ଭାରତ ୧-୦ରେ ପଛରେ ଥିବାରୁ ଏହି ମ୍ୟାଚ୍ଟିକୁ ଜିତି ସ୍ଥିତି ବରାବର କରିବା ଲକ୍ଷ୍ୟରେ ରହିବ।
୧୯ ଓଭର୍ ସୁଦ୍ଧା ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଖଲୀଲ ଅହମ୍ମଦ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ ଓ କୃନାଲ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
ଐତିହାସ ମେଲବର୍ଣ୍ଣ ପଡ଼ିଆରେ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ କହିଥିଲେ। ବିରାଟ୍ଙ୍କ ଏହି ନିଷ୍ପତ୍ତିକୁ ସ୍ପିଡ୍ଷ୍ଟର ଭୁବନେଶ୍ୱର କୁମାର ଠିକ୍ ପ୍ରମାଣିତ କରି ଖାତା ଖୋଲିବା ପୂର୍ବରୁ କଙ୍ଗାରୁ ଅଧିନାୟକ ଆରୋନ୍ ଫିଞ୍ଚଙ୍କୁ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଏହାପରେ ୧୪ ରନ୍ କରିଥିବା ବିସ୍ଫୋରକ କ୍ରିସ୍ ଲୀନ୍ଙ୍କୁ ଖଲୀଲ ଅହମ୍ମଦ ଆଉଟ୍ କରି ଅଷ୍ଟ୍ରେଲିଆ ସ୍କୋର ଉପରେ ରୋକ ଲଗାଇଥିଲେ।
ଡି ଆର୍ସି ଶର୍ଟଙ୍କୁ ଖଲୀଲ ତାଙ୍କ ଦ୍ୱିତୀୟ ଶିକାର କରି ଟିମ୍ ଇଣ୍ଡିଆକୁ ମ୍ୟାଚ୍ରେ ଆଗୁଆ କରିଦେଇଥିଲେ।

ଗତମ୍ୟାଚ୍ର ହିରୋ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ମାର୍କସ ଷ୍ଟୋଇନିସ୍ଙ୍କୁ ଯଥାକ୍ରମେ କୃନାଲ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍ରା ଆଉଟ୍ କରି ଅଷ୍ଟ୍ରେଲିଆକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ମ୍ୟାକ୍ସୱେଲ୍ ୧୯ ରନ୍ କରିଥିବା ବେଳେ ଷ୍ଟୋଇନିସ୍ ମାତ୍ର ୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଆଲେକ୍ସ କ୍ୟାରିୟ(୪)ଙ୍କୁ ବୁମ୍ରା ଆଉଟ୍ କରି ଅଷ୍ଟ୍ରେଲିଆକୁ ୫ମ ଝଟ୍କା ଦେଇଥିଲେ।
ତେବେ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା ଅଷ୍ଟ୍ରେଲିଆର ନାଥନ କୁଲଟର ନାଇଲ୍ ଏବଂ ବେନ୍ ମ୍ୟାକ୍ଡରମଟ୍ କିଛି ସମୟ ପାଇଁ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୧୮ ରନ୍ କରିଥିବା କୁଲଟର ନାଇଲଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରି ଦଳକୁ ପୁଣି ମ୍ୟାଚ୍କୁ କମ୍ବ୍ୟାକ୍ କରାଇଥିଲେ। କିନ୍ତୁ ମ୍ୟାକ୍ଡରମଟ୍ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୧୯ ଓଭର୍ ସୁଦ୍ଧା ୧୩୨ରେ ପହଞ୍ଚାଇଥିଲା।

ତେବେ ବର୍ଷା ହେବାରୁ ଅଷ୍ଟ୍ରେଲିଆ ମ୍ୟାଚ୍ର ଶେଷ ଓଭର୍ଟି ବ୍ୟାଟିଂ କରିପାରି ନାହିଁ। ବର୍ଷା ହେବା ବେଳକୁ ମ୍ୟାକ୍ଡରମଟ ୩୦ ବଲ୍ରେ ୩୨ ରନ୍ ଓ ଆଣ୍ଡ୍ର୍ୟୁ ଟାଇ ୧୩ ବଲ୍ରେ ୧୨ ରନ୍ କରି ଅପରାଜିତ ରହିଥିଲେ।
ଆଜି ଅଷ୍ଟ୍ରେଲିଆ ଟିମ୍ରେ ଷ୍ଟାଙ୍କଲେନ୍ଙ୍କ ସ୍ଥାନରେ ଦ୍ରୁତ ବୋଲର କୁଲଟର ନାଇଲ୍ଙ୍କୁ ସାମିଲ କରାଯାଇଛି। ତେବେ ଭାରତ ଟିମ୍ ଅପରିବର୍ତ୍ତିତ ରହିଛି।
from Odisha Reporter https://ift.tt/2QbW7u4
No comments:
Post a Comment