
କଟକ (ଓଡ଼ିଶା ରିପୋର୍ଟର): କଟକ ବାଲିଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଗତକାଲି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇ ପୁରୁଣା ବିବାଦ ତୁଟିଥିବା ବେଳେ ଆଜି ଆଉ ଏକ ନୂଆ ବିବାଦ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ଏକ ନୂଆ ବିଜ୍ଞପ୍ତି ଜାରି ହେବା ପରେ ଏହି ବିବାଦ ମୁଣ୍ଡ ଟେକିଛି।
ଶୁକ୍ରବାର ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ବୈଠକ ପରେ ତହସିଲଦାର କହିଥିଲେ, ଉଭୟଙ୍କ ମଧ୍ୟରେ ଆଉ କୌଣସି ବିବାଦ ନାହିଁ। ଯାହା କିଛି ସମସ୍ୟା ଥିଲା ତା’ର ସମାଧାନ ହୋଇଯାଇଛି। ହେଲେ ଆଜି ବିଜ୍ଞପ୍ତି ପରେ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ଷ୍ଟଲ ପାଇଁ ବର୍ଗଫୁଟ ପିଛା ଦର ୩୩ ଟଙ୍କା ଦର ଧାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଏନ୍ଓସି ବାଧ୍ୟତାମୂଳକ ବୋଲି କୁହାଯାଇଛି। ଯାହାକୁ ବିରୋଧ କରିଛି ବ୍ୟବସାୟୀ ସଂଘ। ନିଷ୍ପତ୍ତି ପ୍ରତ୍ୟାହାର ନହେଲେ କୌଣସି ଷ୍ଟଲ ଖୋଲାଯାଇ ପାରିବ ନାହିଁ ବୋଲି ବାଲିଯାତ୍ରା ବ୍ୟବସାୟୀ ସଂଘ ସଭାପତି ଦେବୀପ୍ରସାଦ ଦାସ ଏବଂ ସମ୍ପାଦକ ସୁକାନ୍ତ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୫ ତାରିଖରୁ ପ୍ଲଟ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏଯାଏ ପ୍ଲଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ସେପଟେ ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ବ୍ୟବସାୟୀ ହଇରାଣ ହେଉଛନ୍ତି।
ଗତବର୍ଷ ବିବାଦ ଯୋଗୁ, ପ୍ରତି ୩ ବର୍ଷରେ ଦର ବଢାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଚଳିତବର୍ଷ ପୁଣିଥରେ ଆରମ୍ଭରୁ ଦେଖାଦେଇଛି ବିବାଦ।
ତେବେ ଯାହା ବି ନିଷ୍ପତ୍ତି ନିଆଯାଇଛି ତାହା ଜିଲ୍ଲାପାଳ ନେଇଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ଶତପଥୀ କହିଛନ୍ତି।
from Odisha Reporter https://ift.tt/2FgsDXM
No comments:
Post a Comment