ବାହାଘର ପୂର୍ବରୁ ସଜେଇ ହେଲାଣି ପ୍ରିୟଙ୍କାଙ୍କ ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବାହାଘର ପୂର୍ବରୁ ସଜେଇ ହେଲାଣି ପ୍ରିୟଙ୍କାଙ୍କ ଘର

ମୁମ୍ବାଇ:  ଦୀପ୍‌ବୀରଙ୍କ ପରେ ଏବେ ବଲିଉଡ୍‌ ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବାହାଘରକୁ ନେଇ ଚର୍ଚ୍ଚା। ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଏକଥା ସ୍ପଷ୍ଟ  ଯେ, ବାହାଘର ଡିସେମ୍ବରରେ ହେବ। ଆଉ ସେଇଥିପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।

ଶୁଣିବାକୁ ମିଳୁଛି କି, ଦୁହେଁ ଡିସେମ୍ବର ୨ରେ ଯୋଧପୁରରେ ବିବାହ ବନ୍ଧନରେ ବାନ୍ଧିହେବେ।  ବାହାଘର ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ନିକ୍‌ ଓ ପ୍ରିୟଙ୍କା  ବିବାହ ପାଇଁ ଏକାଠି କିଣାକିଣି କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି।

ଏହା ସହ ନିକଟରେ ପ୍ରିୟଙ୍କାଙ୍କ ଘରର ଫଟୋ ସାମ୍ନାକୁ ଆସିଛି। ଯାହା ଖୁବ୍‌ ସଜେଇ ହୋଇଛି। ନିକ୍‌ ବି ନିଜ ବିବାହ ପାଇଁ ଭାରତ ଆସି ସାରିଲେଣି। ଏଥିରୁ ସ୍ପଷ୍ଟ ହେଉଛି ଯେ ସତରେ ଖୁବ୍‌ ଶୀଘ୍ର ସାହାନାଇ ବାଜିବ ।

ଯୋଧପୁର  ଉମେଦ୍‌ ଭବନରେ  ବିବାହ ହେବ। ବାହାଘର ହିନ୍ଦୁ ଓ କ୍ରିଷ୍ଟିଆନ୍‌ ରୀତିରେ ଆୟୋଜିତ ହୋଇଛି। ପ୍ରିୟଙ୍କା ହେଲିକପ୍‌ଟର୍‌ ଉଡି ୱେଡ଼ିଂ ସ୍ଥାନରେ ପହଞ୍ଚିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ମେୱାର ହେଲିକପ୍ଟର ସେବା ପକ୍ଷରୁ କୁହାଯାଇଛି ଯେ, ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହ ପାଇଁ ନଭେମ୍ବର ୨୯ ଓ ଡିସେମ୍ବର ୩ରେ ହେଲିକପ୍‌ଟର ବୁକ୍ ହୋଇଛି।

ବାହାଘର ପରେ ଦୁହେଁ ଗ୍ରାଣ୍ଡ୍‌ ରିସେପ୍‌ସନ୍‌ ପାର୍ଟିଦେବେ। ପ୍ରଥମେ ମୁମ୍ବାଇ ଓ ପରେ ଦିଲ୍ଲୀରେ ରିସେପ୍‌ସନ୍‌ ପାର୍ଟି ଅନୁଷ୍ଠିତ ହେବ।



from Odisha Reporter https://ift.tt/2DJs46i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages