
କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଟ୍ରିପଲ ତଲାକ୍ ଉପରେ ସବୋର୍ଚ୍ଚ ନ୍ୟାୟଳୟ ରୋକ ଲଗାଇଛନ୍ତି। ଏହା ଏକ ଅପରାଧ ବୋଲି କହିଛନ୍ତି। ହେଲେ ଏନେଇ ପୁଣି ଥରେ ଅଭିଯୋଗ ଆସିଛି।
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ୍ ମିର୍ଜାପାଟଣା ଗାଁରେ ଜଣେ ମହିଳାଙ୍କୁ ସ୍ୱାମୀ ତିନ୍ ତଲାକ୍ ଦେଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।
ଗତବର୍ଷ ଜାନୁଆରୀ ମାସରେ ମିର୍ଯ୍ୟାପାଟଣା ଗାଁର ସଲାଉର୍ଦ୍ଦିନ ଖାନଙ୍କ ସହ ମହିଳା ଜଣଙ୍କର ବିବାହ ହୋଇଥିଲା। ତେବେ ବିବାହ ପରେ ତାଙ୍କୁ ଯୌତୁକ ନିର୍ଯାତନା ଦେଇଥିଲେ ସ୍ୱାମୀ। ଯୌତୁକ ନ ଦେବାରୁ ତାଙ୍କୁ ସ୍ୱାମୀ ଟ୍ରିପଲ୍ ତଲାକ୍ ଦେଇଥିବା ଅଭିଯୋଗ ହୋଇଛି।
ଖାଲି ଏତିକି ନୁହଁ, ଶ୍ୱଶୁର ଘର ଲୋକେ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।
ଟ୍ରିପଲ୍ ତଲାକକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି। ଅଧ୍ୟାଦେଶ ମାଧ୍ୟମରେ କେନ୍ଦ୍ର କ୍ୟାବିନେଟ୍ ଟ୍ରିପଲ୍ ତଲାକକୁ ଅପରାଧ ବୋଲି ଦର୍ଶାଇଛନ୍ତି।
from Odisha Reporter https://ift.tt/2DoXWhm
No comments:
Post a Comment