ବିଜେପି ଛାଡ଼ିଲେ ବିଜୟ ମହାପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ବିଜେପି ଛାଡ଼ିଲେ ବିଜୟ ମହାପାତ୍ର

vijay

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରୁ ଆଜି ଦୁଇ ଦୁଇ ଜଣ ବଡ଼ ନେତା ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଦିଲୀପ ରାୟ ଓ ବିଜୟ ମହାପାତ୍ର। ପ୍ରଥମେ ଦିଲୀପଙ୍କ ଇସ୍ତଫା ଖବର ଆସିଥିଲା ଓ ତା’ପରେ ଆସିଥିଲା ବିଜୟଙ୍କ ଇସ୍ତଫା ଖବର। ବିଜୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପିରୁ ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି।

ବିଜୟ ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଛନ୍ତି।

ବିଜେପିରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି,“ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଦିଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”

ସେ କହିଛନ୍ତି,“୧୫ ଦିନ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ନିର୍ବାଚନ ଲଢ଼ିବି କି ନାହିଁ ପରାମର୍ଶ କଲା ପରେ ନିଷ୍ପତ୍ତି ନେବି।”

୨୦୦୯ରେ ବିଜେପିରେ ଯୋଗ ଦେବା ତରବରିଆ ନିଷ୍ପତ୍ତି ଥିଲା ବୋଲି ବିଜୟ କହିଛନ୍ତି। ଏହା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି।
ଓଡ଼ିଶା ପ୍ରତି ବିଜେପିର କେବେ ବି ଆନ୍ତରିକତା ବା ନିଷ୍ଠା ନଥିଲା ବୋଲି ବିଜୟ କହିଛନ୍ତି।

ଅନ୍ୟପକ୍ଷରେ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା ସହିତ ବିଧାୟକ ପଦରୁ ବି ଇସ୍ତଫା ଦେଇଛନ୍ତି।



from Odisha Reporter https://ift.tt/2DT27Bb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages