କ୍ଷମା ମାଗିଲେ ଆମିର୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

କ୍ଷମା ମାଗିଲେ ଆମିର୍‌ ଖାନ୍‌

ମୁମ୍ୱାଇ: ଆମିର୍‌ ଖାନ୍‌ ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ନ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନ’ ବକ୍ସ ଅଫିସ୍‌ରେ ନିରାଶଜନକ ପ୍ରଦର୍ଶନ କରିଛି। ଦୀପାବଳି ସମୟରେ ରିଲିଜ୍‌ ହୋଇଥିବା ଏହି ଫିଲ୍ନରେ ଆମିର୍‌ ଓ ଅମିତାଭ ରହିଥିଲେ ମଧ୍ୟ ଦର୍ଶକଙ୍କ ମନକୁ ଏହା ଛୁଇଁ ପାରିନାହିଁ।

୨୦୦୦ ମସିହାରେ ଆସିଥିବା ଫିଲ୍ମ ‘ମେଲା’ ପରେ ଆମିର୍‌ ଖାନ୍‌ଙ୍କର ଏହା ସବୁଠାରୁ ଖରାପ ଫିଲ୍ମ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଏହି ଫିଲ୍ମ ହେବାର ସମସ୍ତ ଦୋଷ ଆମିର୍‌ ଖାନ୍‌ ନିଜ ମୁଣ୍ଡ ଉପରକୁ ନେଇଛନ୍ତି।

ଏକ ପ୍ରେସ୍‌ କନ୍‌ଫେରେନ୍ସ ଜରିଆରେ ଆମିର୍‌ ସମସ୍ତଙ୍କ ସମ୍ମୁଖରେ ଏହି କଥା ରଖିଛନ୍ତି। ଏହା ସହିତ ଆମିର୍‌ ଖାନ୍‌ କହିଛନ୍ତି, “ସେ ନିଜ ଭୁଲ୍‌କୁ ମାନୁଛନ୍ତି। ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନ ଫିଲ୍ମରେ ଦର୍ଶକଙ୍କର ଅଧିକ ଆଶା ରହିଥିଲା କିନ୍ତୁ ଦର୍ଶକଙ୍କ ଅନୁସାରେ ଏହା ତାଙ୍କ ମନକୁ ଛୁଇଁ ପାରିଲା ନାହିଁ। ମୁଁ ଏହାର ସମସ୍ତ ଭୁଲ୍‌କୁ ସ୍ୱୀକାର କରୁଛି।”

ଆମିର୍‌ ଆହୁରି ମଧ୍ୟ କହିଛନ୍ତି, “ମୋତେ ଲାଗୁଛି କି, ଆମଦ୍ୱାରା କିଛି ଭୁଲ୍‌ ହୋଇଛି। ଆମେ ଚେଷ୍ଟା କରିଥିଲୁ ସତ, କିନ୍ତୁ କେଉଁଠି ନା କେଉଁଠି ଆମ ପରିଶ୍ରମରେ ଭୁଲ୍‌ ରହିଯାଇଛି। କିଛି ଲୋକଙ୍କୁ ଏହି ଫିଲ୍ମଟି ପସନ୍ଦ ଆସିଛି ଏବଂ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।”

ଆମିର୍‌ କ୍ଷମା ମାଗି ସମସ୍ତଙ୍କୁ କହିଛନ୍ତି ଯେ, “ମୋ ଫିଲ୍ମ ଦେଖିବା ପାଇଁ ଯେଉଁ ଦର୍ଶକ ଆସିଥିଲେ, ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଏହି ଫିଲ୍ମରେ ଆମେ ସେମାନଙ୍କୁ ଏଣ୍ଟଟର୍‌ଟେନ୍‌ କରିପାରିଲୁ ନାହିଁ। ଏଥିପାଇଁ ମୁଁ ବହୁତ ଦୁଃଖିତ।”

ଏହି ଫିଲ୍ମ ପାଇଁ ଦର୍ଶକ ଓ ସମାଲୋଚକମାନେ ବହୁତ ଖରାପ ରିଭ୍ୟୁ ଦେଇଛନ୍ତି। ସୋଶାଲ ମିଡିଆରେ ମଧ୍ୟ ଏହି ଫିଲ୍ମକୁ ନେଇ ଦର୍ଶକ କାର୍ଟୁନ୍‌ ତିଆରି କରିଛନ୍ତି। ଯାହାର ପ୍ରଭାବ ଫିଲ୍ମର କଲେକସନ୍‌ ଉପରେ ପଡ଼ିଛି।

ଆମିର୍‌ଙ୍କ ଫିଲ୍ମ ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନ ପ୍ରଥମ ଦିନରେ ୫୦ କୋଟି ଟଙ୍କା ଲାଭ କରିଥିଲା। କିନ୍ତୁ ଏହାପରେ ଫିଲ୍ମର କଲେକସନ୍‌ ଲଗାତାର ଭାବରେ ତଳକୁ ଖସିବାରେ ଲାଗିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ କେବଳ ୧୪୯ କୋଟି ଟଙ୍କା କମାଇଛି। କିନ୍ତୁ ଦୁଃଖର କଥା ହେଉଛି ଏହି ଫିଲ୍ମରେ ୩୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ କରାଯାଇଥିଲା। ଯାହା ଯୋଗୁ ଫିଲ୍ମକୁ କ୍ଷତି ସହିବାକୁ ପଡ଼ିଛି।

କିନ୍ତୁ ୨୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଫିଲ୍ମ ‘ବଧାଇ ହୋ’ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନ’ର କଲେକସନ୍‌କୁ ପଛରେ ପକାଇ ଦେଇଛି। ବର୍ତ୍ତମାନ ଏହି ଫିଲ୍ମ ଚୀନ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମକୁ କ୍ଷତି ସହିବାରୁ ବଞ୍ଚାଇବା ପାଇଁ ଚୀନ୍‌ ବର୍ତ୍ତମାନ ଶେଷ ଆଶା କହିଲେ ଚଳେ।



from Odisha Reporter https://ift.tt/2BCw3Ah

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages