ତୃତୀୟ ଟି-ଟ୍ୱେଣ୍ଟି ପାଇଁ ଟିମ୍ ଘୋଷଣା; ତିନି ଜଣ ବାଦ୍ ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ତୃତୀୟ ଟି-ଟ୍ୱେଣ୍ଟି ପାଇଁ ଟିମ୍ ଘୋଷଣା; ତିନି ଜଣ ବାଦ୍ ପଡ଼ିଲେ

783

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ ରବିବାର ଦିନ ଚେନ୍ନାଇରେ ଖେଳା ଯିବ। ତା’ପୂର୍ବରୁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି।

ଟିମ୍‌ରୁ କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା ଓ ଉମେଶ ଯାଦବଙ୍କୁ ବାଦ୍ ଦିଆଯାଇଛି। ସେମାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସିଦ୍ଧାର୍ଥ କାଉଲ୍‌ଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା କାଉଲ୍ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ତା’ଛଡ଼ା ସେ ତିନିଟି ଦିନିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି।

ବିସିସିଆଇ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ କୁହାଯାଇଛି ଯେ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି କୁଲ୍‌ଦୀପ, ବୁମ୍‌ରା ଓ ଉମେଶ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, କେଏଲ୍‌ ରାହୁଲ, ଦୀନେଶ କାର୍ତ୍ତିକ, ମନୀଷ ପାଣ୍ଡେ, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ କିପର), କ୍ରୁନାଲ୍ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଖଲୀଲ ଅହମଦ, ଶାହବାଜ ନଦୀମ ଓ ସିଦ୍ଧାର୍ଥ କାଉଲ।

ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ତୃତୀୟ ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌କୁ ୩-୦ରେ ପୋଛି ନେବାକୁ ଲକ୍ଷ୍ୟ ରଖିଛି।



from Odisha Reporter https://ift.tt/2yV6b0H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages