‘ମୋ ବୟସ କମେଇ ଦିଅ, ମୁଁ ଝିଅଙ୍କ ସହ ଚାଟିଂ କରିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

‘ମୋ ବୟସ କମେଇ ଦିଅ, ମୁଁ ଝିଅଙ୍କ ସହ ଚାଟିଂ କରିବି’

ନୂଆଦିଲ୍ଲୀ:  ବୟସ ୭୦ ଛୁଇଁଲାଣି। କିନ୍ତୁ ଆଜି ବି ତାଙ୍କ ରସିକପଣିଆ ସରିନାହିଁ। ସୋଶାଲ ମିଡିଆରେ ଝିଅଙ୍କ ସହ ଚାଟିଂ କରିବା ପାଇଁ ତାଙ୍କର ବହୁତ୍ ମନ। ଏଥିପାଇଁ ସେ ତାଙ୍କ ବୟସକୁ ୨୦ ବର୍ଷ କମ୍‌ କରିବା ପାଇଁ କୋର୍ଟରେ ଆବେଦନ ମଧ୍ୟ କରିଛନ୍ତି। ଏହି କଥାଟା ଶୁଣି ସାରିବା ପରେ ଆପଣଙ୍କୁ ନିଶ୍ଚୟ ହସ ଲାଗୁଥିବ।

ହସ ଲାଗିଲା ଭଳି କଥାଟିଏ ଇଏ, କିନ୍ତୁ ସୌଭାଗ୍ୟକୁ କଥାଟା ବିଲ୍‌କୁଲ୍‌ ସତ।

ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି, ନେଦରଲାଣ୍ଡର ଇମିଲି ରାଟେଲ୍‌ବଣ୍ଡ୍‌। ସେ ଆଇନ୍‌ ଅନୁସାରେ ନିଜର ବୟସ ୨୦ ବର୍ଷ କମ୍‌ କରିବା ପାଇଁ ନେଦର୍‌ଲାଣ୍ଡ୍‌ ଲୋକାଲ୍‌ କୋର୍ଟରେ ଆବେଦନ କରିଛନ୍ତି। ତାଙ୍କ ମତରେ ବୟସ କମ୍‌ ହୋଇପାରିଲେ, ସେ ଅନ୍‌ଲାଇନ୍ ଡେଟିଂ ଆପ୍‌ରେ ଝିଅମାନଙ୍କ ସହିତ ଡେଟ୍‌ କରିପାରିବେ।
ଇମିଲି ରାଟେଲ୍‌ବଣ୍ଡ୍‌ ଆହୁରି ମଧ୍ୟ କୁହନ୍ତି, “ଯଦି ନାମ, ଧର୍ମ ଓ ଲିଙ୍ଗକୁ ପରିବର୍ତ୍ତନ କରାଯାଇ ପାରୁଛି, ତେବେ ବୟସ କ’ଣ ପାଇଁ ନୁହେଁ?”

ତାଙ୍କର ଜନ୍ମ ତାରିଖ ୧୧ ମାର୍ଚ୍ଚ ୧୯୪୯, କିନ୍ତୁ ସେ ଏହାକୁ ୧୧ ମାର୍ଚ୍ଚ ୧୯୬୯ କରିବାକୁ ଚାହୁଁଛନ୍ତି। ଇମିଲି କହିଛନ୍ତି, ସେ ଯେତେବେଳେ ଅନ୍‌ଲାଇନ୍‌ ଡେଟିଂ ଆପ୍‌ ‘ଟିଣ୍ଡର୍‌’କୁ ଯାଉଛନ୍ତି ଏବଂ ତାଙ୍କ ବୟସ ୭୦ ବୋଲି କହୁଛନ୍ତି, ତେବେ ତାଙ୍କୁ କୌଣସି ଉତ୍ତର ମିଳୁନାହିଁ। କିନ୍ତୁ ମୋ ଫୋଟୋରେ ଯେବେ ମୁଁ ୪୯ ବର୍ଷ ଲେଖି ପୋଷ୍ଟ କରୁଛି, ତେବେ ମୋତେ ଆପ୍‌ରେ ଏକ ସମ୍ମାନଜନକ ସ୍ଥାନ ମିଳୁଛି। ସେ ଆହୁରି ମଧ୍ୟ କହିଛନ୍ତି, ବୟସ କମ୍‌ କରିବା ପରେ, ସେ ଏକ ନୂଆ ଜୀବନ ଆରମ୍ଭ କରିବେ ଏବଂ ଚାକିରି କରିବା ସହିତ ଏକ ନୂଆ ଘର ମଧ୍ୟ ତିଆରି କରିବେ।

ଇମିଲି ରାଟେଲ୍‌ବଣ୍ଡ୍‌ଙ୍କ ଏହି ଆବେଦନ ପରେ କୋର୍ଟ କହିଛନ୍ତି ଯେ, “ଆଇନ୍‌ରେ ଏପରି କୌଣସି ନିୟମ ନାହିଁ, ଯେଉଁଠି ଗୋଟିଏ ବ୍ୟକ୍ତିର ବୟସକୁ କମ୍ କରାଯାଇପାରିବ।“
ରିପୋର୍ଟ ଅନୁସାରେ ନେଦରଲାଣ୍ଡ୍‌ ଆର୍ମେନ୍‌ ସହରର ଏକ ସ୍ଥାନୀୟ ଅଦାଲତ ଏହି ମାମଲାର ଶୁଣାଣି ଚାରି ସପ୍ତାହ ମଧ୍ୟରେ କରିବେ ବୋଲି ଆଶା ରଖିଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ, ନ୍ୟୁରୋ-ଲିଙ୍ଗ୍ୟୁଷ୍ଟିକ୍‌ ଟ୍ରେନର୍‌ ଇମିଲି ରାଟେଲ୍‌ବଣ୍ଡ୍‌ ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଓଜସ୍ୱୀ ବକ୍ତା। । ସେ ଜଣେ ‘ଯୁବ ଭଗବାନ’ ବୋଲି ଲୋକମାନଙ୍କ ସମ୍ମୁଖରେ ନିଜକୁ ପ୍ରଦର୍ଶନ କରିଥାନ୍ତି।

ସେ ଆହୁରି ମଧ୍ୟ ବିତର୍କ କରନ୍ତି ଯେ, “ତାଙ୍କ ଡାକ୍ତରଙ୍କ କହିବା ଅନୁସାରେ, ଶାରୀରିକ ସୁସ୍ଥତାକୁ ବିଚାର କରାଗଲେ, ତାଙ୍କ ବୟସ ୪୫ ବର୍ଷ। ଯଦି ତାଙ୍କ ବୟସ କମ୍‌ କରାଯାଏ, ତେବେ ସେ ପାଉଥିବା ପେନ୍‌ସନ୍‌କୁ ତ୍ୟାଗ କରିବେ ବୋଲି କୋର୍ଟକୁ କହିଛନ୍ତି।
‘ଟିଣ୍ଡର୍‌’ ଆପ୍‌ରେ ମହିଳାଙ୍କ ସହିତ ଡେଟ୍‌ କରିବା ପାଇଁ ତାଙ୍କ ଭାଗ୍ୟ ତାଙ୍କୁ ସାଥ୍‌ ଦେଉନି। ତେଣୁ ବୟସ୍କ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆପ୍‌ ଡିଜାଇନ୍‌ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି।



from Odisha Reporter https://ift.tt/2RPyXXI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages