ନିର୍ବାଚନ ପୂର୍ବରୁ ଜାତି କାର୍ଡ ଖେଳିଲେ ବିଜେଡି ଓ କଂଗ୍ରେସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ନିର୍ବାଚନ ପୂର୍ବରୁ ଜାତି କାର୍ଡ ଖେଳିଲେ ବିଜେଡି ଓ କଂଗ୍ରେସ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ବିଜେଡି ଅନୁସୂଚିତ ଜାତି(ଏସ୍‌ସି) କାର୍ଡ ଖେଳିଛି। ଏସ୍‌ସି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତ୍ତୀ ମେଧାବୃତ୍ତି ଦେବାରେ କେନ୍ଦ୍ର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣି ଦଳ ଆଜି ୧୨ ଘଣ୍ଟିଆ ରିଲେ ଅନଶନ କରିଛି। ରାଜଭବନ ସମ୍ମୁଖରେ ସକାଳ ୮ରୁ ସଂଧ୍ୟା ୮ ଯାଏ ବିଜେଡି କରିଛି ରିଲେ ଅନଶନ। ଏଥିରେ ଦଳର ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି।

୨୦୧୬-୧୭ରେ ଏସ୍‌ସି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତ୍ତୀ ମେଧାବୃତ୍ତି ବାବଦକୁ କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ଦେଉଥିଲେ। ତେବେ ୧୭-୧୮ରେ କେନ୍ଦ୍ର ନିଜ ଭାଗ ମାତ୍ର ୨୦ ପ୍ରତିଶତକୁ ହ୍ରାସ କରିଥିଲା। ଆଉ ସମୁଦାୟ ଅର୍ଥର ୮୦ ପ୍ରତିଶତ ରାଜ୍ୟ ବହନ କରିବେ ବୋଲି ନିୟମ କରିଥିଲା। ଏବେ ସେହି ଅର୍ଥ ମଧ୍ୟ କେନ୍ଦ୍ର ସରକାର ରାଜ୍ୟକୁ ଦେଉନଥିବା ବିଜେଡି ଅଭିଯୋଗ କରିଛି। ଏନେଇ ଆଜି ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛି ଦଳ। ବିଧାନସଭାରେ ବିଜେଡି ଏହି ପ୍ରସଙ୍ଗ ଉଠାଇବା ପରେ ଆନ୍ଦୋଳନକୁ ରାଜରାସ୍ତାକୁ ନେଇଛି।

କଂଗ୍ରେସ ବି ଧରିଲା ଦଳିତ ପ୍ରସଙ୍ଗ

ସେପଟେ କଂଗ୍ରେସ୍ ବି ଆସନ୍ତା ୨୭ରେ ଅନୁସୂଚିତ ଜାତି ମହାସମାବେଶ କରିବାକୁ ଯାଉଛି। ଯେଉଁଥିରେ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର, ଅନସୂଚିତ ଜାତି ନେତା ଜିଗ୍ନେଶ ମେଓ୍ୱାନି ପ୍ରମୁଖ ଯୋଗଦେବେ ବୋଲି ଜଣାପଡ଼ିଛି।

ନିର୍ବାଚନ ପୂର୍ବରୁ କାହିଁକି SC କାର୍ଡ ଖେଳୁଛନ୍ତି ବିଜେଡି ଓ କଂଗ୍ରେସ? ଏସ୍‌ସି ଭୋଟ୍ ହାତେଇବା ପାଇଁ ଉଭୟ ଦଳର ଏହା ଫନ୍ଦି ହୋଇଥିବା ଚର୍ଚ୍ଚା ହେଉଛି। ରାଜ୍ୟ ବିଧାନସଭାର ୨୫ଟି ନିର୍ବାଚନ ମଣ୍ଡଳୀ ଏସ୍‌ସି ବର୍ଗ ପାଇଁ ସଂରକ୍ଷିତ ଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ଏହାଉପରେ ଆଖି ରଖିଥିବା କୁହଯାଉଛି। ତା’ସହ ୩ଟି ଲୋକସଭା ସିଟ୍ ମଧ୍ୟ ଏସ୍‌ସିଙ୍କ ପାଇଁ ସଂରକ୍ଷିତ ରହିଛି। ସେପଟେ ବିଜେପି ଏହାକୁ କେବଳ ରାଜନୀତି ବୋଲି କହିବା ସହ ରାଜ୍ୟ ସରକାର ଦଳିତ ବିରୋଧୀ ବୋଲି ପାଲଟା ଅଭିଯୋଗ କରିଛି।



from Odisha Reporter https://ift.tt/2DH37Z7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages