ବଳକା ବ୍ୟବହୃତ ତେଲ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ କେମିତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ବଳକା ବ୍ୟବହୃତ ତେଲ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ କେମିତି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଘରେ ରୋଷେଇ ବା ଛଣାଛଣି ପରେ ବଳି ପଡ଼ୁଥିବା ଖାଇବା ତେଲକୁ ଅନେକ ଲୋକ ଅନେକ ଦିନ ଯାଏ ରଖି ପୁଣି ବ୍ୟବହାର କରିଥାନ୍ତି। ତେଲ ନଷ୍ଟ ନ କରିବା ପାଇଁ ସେମାନେ ହୁଏତ ଏପରି କରୁଥାଇ ପାରନ୍ତି। ତେବେ ମନେ ରଖନ୍ତୁ, ଏପରି ବଳକା ବ୍ୟବହୃତ ତେଲର ପୁନଃବ୍ୟବହାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

ଗବେଷଣା ଅନୁସାରେ, ଥରେ ବ୍ୟବହାର ହୋଇଥିବା ଏହି ବଳକା ତେଲର ପୁନଃବ୍ୟବହାର କରିବା ଉଚିତ୍‌ ନୁହେଁ। ତେଲ ଥରେ ବ୍ୟବହାର ହୋଇଗଲେ, ସେଥିରେ ଫ୍ରି-ରାଡିକାଲସ୍‌ ଜନ୍ମ ହୋଇଥା’ନ୍ତି। ଏହି ଫ୍ରି-ରାଡିକାଲସ୍‌ ଭବିଷ୍ୟତରେ ଶରୀରରେ ଅନେକ ରୋଗର କାରଣ ହୋଇଥା’ନ୍ତି।

ପେଟରେ ଦେଖା ଦେଉଥିବା ଯାବତୀୟ ସମସ୍ୟା ପାଇଁ ଏହି ବଳକା ବ୍ୟବହୃତ ତେଲ ହିଁ ଦାୟୀ। ଏହାର ପୁନଃବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଏଥିରେ ଥିବା ଫ୍ରି-ରାଡିକାଲସ୍‌ ଶରୀରର କୋଷ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ଆପଣଙ୍କୁ କ୍ୟାନସର୍‌, ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ହେବାର ଆଶଙ୍କା ରହିଛି।

ବଳକା ତେଲକୁ ଆପଣ ଯେତେ ଦିନ ପର୍ଯ୍ୟନ୍ତ ଘରେ ରଖିବେ, ସେଥିରେ ସେତେ ଅଧିକ ଫ୍ରି-ରାଡିକାଲସ୍‌ ସୃଷ୍ଟି ହୁଅନ୍ତି। ଏହି ଫ୍ରି-ରାଡିକାଲସ୍‌ ଶରୀରକୁ ଯିବା ପରେ ଆପଣଙ୍କ ସୁସ୍ଥ କୋଷକୁ ଅସୁସ୍ଥ କରି ଦିଅନ୍ତି। ଯାହା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କ୍ୟାନସର୍‌ ହେବାର ଅଧିକ ଆଶଙ୍କା ରହିଛି।

ଯଦି ବ୍ୟବହୃତ ହୋଇ ବଳିଥିବା ତେଲକୁ ଆପଣ ପୁନଃବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ଉଚ୍ଚ ତାପମାତ୍ରା ଗରମ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଅଲିଭ୍‌ ଅଏଲ୍‌କୁ ଅଧିକ ତାପମାତ୍ରାରେ ଗରମ କରିବା ଉଚିତ୍‌ ନୁହେଁ।



from Odisha Reporter https://ift.tt/2P36bAY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages