ବିମୁଦ୍ରାକରଣକୁ ପୂରିଲା ୨ ବର୍ଷ: କଣ କହିଲେ ମନମୋହନ ଓ  ଅରୁଣ ଜେଟଲୀ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ବିମୁଦ୍ରାକରଣକୁ ପୂରିଲା ୨ ବର୍ଷ: କଣ କହିଲେ ମନମୋହନ ଓ  ଅରୁଣ ଜେଟଲୀ 

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):ବିମୁଦ୍ରାକରଣକୁ ଆଜି ୨ ବର୍ଷ ପୂରିଛି। ଏହାକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କଡ଼ା ସମାଲୋଚନା କରିଥିବା ବେଳେ ବର୍ତ୍ତମାନର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ପଦକ୍ଷେପକୁ ପ୍ରଶଂସାରେ ପୋତି ପକାଇଛନ୍ତି।

         କିଏ କ’ଣ କହିଛନ୍ତି ପଢ଼ନ୍ତୁ…

 

       ଏହା ଏକ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି: ଜେଟଲୀ

–  ବିମୁଦ୍ରାକରଣ ଦେଶର ଅର୍ଥନୀତିକୁ ସୁନ୍ଦର କରିଛି। ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ବଢ଼ାଇଛି।

– ସରକାରଙ୍କୁ ପ୍ରୋତ୍ସାହିତ କରିଛି। ଗରିବମାନଙ୍କ ଉନ୍ନତି ପାଇଁ ଅଧିକ ସମ୍ବଳ ବିନିଯୋଗ କରିବାର ବାଟ ଦେଖାଇଛି। ଭିତ୍ତିଭୂମି ବିକାଶ କରାଇଛି।

 – ଆମ ସରକାର ୫ ବର୍ଷର ପାଳି ଶେଷ କରିବାକୁ ଯାଉଥିବା ବେଳେ ବିମୁଦ୍ରାକରଣ ଆମକୁ ବଡ଼ ସଫଳତା ଆଣି ଦେଇଛି।

– ପାଖାପାଖି ୯୯.୩%( ୧୫.୩୧  ଲକ୍ଷ କୋଟି) ଅଚଳ ଘୋଷିତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଫେରି ଆସିଛି।

– ଯେଉଁମାନେ ବ୍ୟାଙ୍କରେ ଅସ୍ୱାଭାବିକ ପରିମାଣର ଟଙ୍କା ଜମା କରିଛନ୍ତି ସେମାନେ ସମସ୍ତେ ଆୟକର ବିଭାଗ ହାତରେ ଧରା ପଡ଼ିଛନ୍ତି।

– ସରକାରଙ୍କର ଏହା ଏକ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି। ଆଗକୁ ଦେଶର ଅର୍ଥନୀତିକୁ ଏହା ଗଠନମୂଳକ ପରିବର୍ତ୍ତନ ଦିଗରେ ସାହାଯ୍ୟ କରିବ।

 

       ବିମୁଦ୍ରାକରଣ  ଏକ ରୁଗ୍‌ଣ ଚିନ୍ତାଧାରା: ମନମୋହନ ସିଂହ

 

୨୦୧୬  ଡିସେମ୍ବର ୯ରେ ଦୈନିକ ଇଂରାଜୀ ଖବର କାଗଜ ଦି ହିନ୍ଦୁରେ ବିମୁଦ୍ରାକରଣକୁ ‘ମେକିଙ୍ଗ୍‌ ଅଫ୍ ଏ ମାମ୍ମଥ ଟ୍ରାଜେଡି’ ବୋଲି କହି ଏକ ସ୍ତମ୍ଭ ଲେଖିଥିବା ମନମୋହନ ଦୁଇ ବର୍ଷ ପରେ ଆଜି କ’ଣ କହିଛନ୍ତି ପଢ଼ନ୍ତୁ…

 

–  ବିମୁଦ୍ରାକରଣ ଦେଶରେ ଯେଉଁ ଘା’ କରିଛି ତା’ର ଦାଗ ଏବେ ବି ଲିଭି ନାହିଁ। ଆଗକୁ ଏହା ଆହୁରି ବାରି ହେବ।

–  ଏହା ଦେଶର ଅର୍ଥନୀତି ପାଇଁ ଫାଇଦା ଆଣିଦେଇ ନାହିଁ ବରଂ ବିପଦ ଆଣିଛି, ଦେଶ ପାଇଁ ଘାତକ ସାଜିଛି।

–  ଆଗକୁ ଏଭଳି ଅଦୂରଦର୍ଶୀ ନିଷ୍ପତ୍ତି ନେଲେ ତାହା ଅର୍ଥନୀତିକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେବ।

–  ବିମୁଦ୍ରାକରଣ ଏକ ଦୁର୍ଭାଗ୍ୟ। ଏହା ଏକ ରୁଗ୍‌ଣ ଚିନ୍ତାଧାରା।

–  ଏହା ଜାତି, ଧର୍ମ, ବୟସ, ବେଉସା ନିର୍ବିଶେଷରେ ସବୁ ଶ୍ରେଣୀର ଓ ସବୁ ସ୍ତରର ଲୋକଙ୍କୁ ପ୍ରଭାବିତ କରିଛି।

–   କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିମୁଦ୍ରାକରଣ ବିରୋଧରେ ଆନ୍ଦୋଳନ କରିବ ଏବଂ ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିବ।

 



from Odisha Reporter https://ift.tt/2QAlfaA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages