ଭାରତୀୟ ଇଞ୍ଜିନିୟର ଆମେରିକା କ୍ରିକେଟ୍ ଦଳର ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଭାରତୀୟ ଇଞ୍ଜିନିୟର ଆମେରିକା କ୍ରିକେଟ୍ ଦଳର ଅଧିନାୟକ

saurav

ନୂଆଦିଲ୍ଲୀ: ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ସେ କ୍ରିକେଟ୍ ଛାଡ଼ି ଦେଇଥିଲେ। ତା’ପରେ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ଆମେରିକା ପଳାଇଥିଲେ ଓ କରନେଲ୍ ୟୁନିଭର୍ସିଟିରେ ନାମ ଲେଖାଇଥିଲେ। କିନ୍ତୁ ସମୟଚକ୍ରରେ ଆଜି ସେ ଆମେରିକାର ଜାତୀୟ କ୍ରିକେଟ୍ ଟିମ୍‌ ଅଧିନାୟକ ହୋଇଛନ୍ତି। ତାଙ୍କ ନାଁ ସୌରଭ ନେତ୍ରାଭଲ୍‌କର। ବୟସ ୨୭ ବର୍ଷ।

ମୁମ୍ବାଇରେ ଜନ୍ମ ହୋଇଥିବା ଏହି ୬ ଫୁଟ୍ ଉଚ୍ଚର ବାମହାତୀ ସିମର ୨୦୧୦ରେ ଭାରତ ତରଫରୁ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ଖେଳିଥିଲେ। ଦଳ ପକ୍ଷରୁ ସେ ସର୍ବାଧିକ ୱିକେଟ୍ ନେଇଥିଲେ। ଏହାର ୩ ବର୍ଷ ପରେ ସେ ମୁମ୍ବାଇ ତରଫରୁ ରଣଜି ଟ୍ରଫି ଖେଳିଥିଲେ। ସେ କେବଳ ଗୋଟିଏ ରଣଜି ମ୍ୟାଚ୍ ଖେଳିଥିଲେ। କର୍ଣ୍ଣାଟକ ବିପକ୍ଷରେ ଖେଳିଥିବା ଏହି ମ୍ୟାଚ୍‌ରେ ସେ ୩ଟି ୱିକେଟ୍ ନେଇଥିଲେ।

ସୌରଭ ମୁମ୍ବାଇର ସର୍ଦାର ପଟେଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲଜିରୁ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ୨୦୧୫ରେ ସେ ମାଷ୍ଟର ଡିଗ୍ରୀ କରିବା ପାଇଁ କରନେଲ୍ ୟୁନିଭର୍ସିଟିରେ ନାମ ଲେଖାଇଥିଲେ।

ଏ ନେଇ ସୌରଭ କହିଛନ୍ତି,“ମୁଁ କ୍ରିକେଟ୍‌କୁ ପୂରା ଦୁଇ ବର୍ଷ ଦେଲି। କିନ୍ତୁ ପରେ ଅନୁଭବ କଲି ମୁଁ ଏଥିରେ ଭଲ କରିପାରିବି ନାହିଁ।”

ଓରାକଲ୍‌ର ଜଣେ ସଫ୍ଟ ୱେୟର ଇଞ୍ଜିନିୟର ଭାବେ କାମ ଆରମ୍ଭ କରିବା ପରେ ପୁଣି ଥରେ ସେ କ୍ରିକେଟ୍ ଆଡ଼କୁ ଢଳିଥିଲେ। ତେଣୁ ସାପ୍ତାହିକ ଛୁଟି ଦିନଗୁଡ଼ିକରେ ସେ ସାନ୍ ଫ୍ରାନ୍‌ସିସ୍‌କୋରୁ ଲସ୍ ଏଞ୍ଜେଲସ୍ ଯାଉଥିଲେ କ୍ରିକେଟ୍ ଖେଳିବାକୁ।

ସେ କହିଛନ୍ତି,“ଶୁକ୍ରବାର ମୁଁ ଅଫିସ୍‌ରୁ ଟିକେ ଶୀଘ୍ର ବାହାରି ଯାଏ। ଆଉ ଜଣେ ସହ ଖେଳାଳିଙ୍କ ସହିତ ମୁଁ ଲସ୍ ଏଞ୍ଜେଲସ୍ ଯାଏ। ଶନିବାର ସେଠାରେ ଦିନିକିଆ ମ୍ୟାଚ୍ ଖେଳି ରାତିରେ ସାନ୍ ଫ୍ରାନ୍‌ସିସ୍‌କୋରୁ ଫେରି ଆସେ। ରବିବାର ଦିନ ସାନ୍ ଫ୍ରାନ୍‌ସିସ୍‌କୋରୁ ପୁଣି ଏକ ଦିନିକିଆ ମ୍ୟାଚ୍ ଖେଳେ। ସୋମବାର ଅଫିସ୍ ଯାଇ କାମରେ ଯୋଗ ଦିଏ।”

ସୌରଭ କହିଛନ୍ତି,“ମୋର କଠିନ ପରିଶ୍ରମ ଚୟନକର୍ତ୍ତାଙ୍କ ଦୃଷ୍ଟିକୁ ଆସିଥିଲା। ଗତ ଜାନୁଆରୀ ମାସରେ ମୁଁ ଜାତୀୟ ଦଳକୁ ମନୋନୀତ ହୋଇଥିଲି।”

ଆମେରିକାରେ ଧୀରେ ଧୀରେ କ୍ରିକେଟ୍ ଲୋକପ୍ରିୟ ହେଉଛି। ଆଇସିସି ପକ୍ଷରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ଆମେରିକାର ୪୮ଟି ରାଜ୍ୟରେ ୪୦୦ରୁ ଅଧିକ ଲିଗ୍ ମ୍ୟାଚ୍ ଖେଳା ଯାଉଛି। ଦେଶରେ ପାଖାପାଖି ୬ ହଜାର ଟିମ୍ ଅଛି।

ଆମେରିକାର ଜାତୀୟ ଟିମ୍‌ରେ ଅଧିକାଂଶ ଖେଳାଳି ଭାରତ, ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନର। ଅତୀତରେ ମହାରାଷ୍ଟ୍ରର ସୁଶୀଲ ମଦକର୍ଣ୍ଣି ଓ ହାଇଦ୍ରାବାଦର ଇବ୍ରାହିମ୍ ଖଲୀଲ ମଧ୍ୟ ଆମେରିକା ଦଳର ଅଧିନାୟକ ହୋଇଥିଲେ।

ସୌଜନ୍ୟ- ଦ ଟାଇମ୍ସ ଅଫ୍ ଇଣ୍ଡିଆ



from Odisha Reporter https://ift.tt/2Onp1Cv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages