
ଇସ୍ଲାମାବାଦ୍: ପାକିସ୍ତାନର କରାଚିଠାରେ ଥିବା ଚୀନ୍ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ୨ ଜଣ ପୁଲିସ୍ ନିହତ ହୋଇଥିବା ଜଣାଯାଇଛି।
ପ୍ରାୟ ୪ ଜଣ ବନ୍ଧୁଧାରୀ ଆତଙ୍କୀ ଏହି ଦୂତାବାସରେ ପଶିବାର ପ୍ରୟାସ କରିଥିଲେ, କିନ୍ତୁ ଚେକ୍ ପଏଣ୍ଟରେ ଧରାପଡ଼ିଥିଲେ।
ଏହାପରେ ଗୁଳି ବିନିମୟ ମଧ୍ୟ ହୋଇଥିଲା। ଯେଉଁଥିରେ ୨ ଜଣ ପୁଲିସ୍ ନିହତ ହୋଇଥିବାବେଳେ ଜଣେ ଗୁରୁତରଭାବେ ଆହତ ହୋଇଥିଲେ। ଯଦିଓ ଏହି ୪ ଜଣିଆ ଗୋଷ୍ଠ ଖସିଯିବାରେ ସମର୍ଥ ହୋଇଛନ୍ତି ବୋଲି ସୂଚନା ମିଳିଛି ଆକ୍ରମଣ ସରିଥିବା ନିଶ୍ଚିତ ହୋଇପାରିନି।
ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନରେ ଚୀନ୍ର ପ୍ରକଳ୍ପକୁ ବିରୋଧ କରି ଆସୁଥିବା ବଳୁଚିସ୍ତାନର ଏକ ବିଦ୍ରୋହୀ ଗୋଷ୍ଠୀ ବୁଲୁଚିସ୍ତାନ୍ ଲିବରେସନ୍ ଆର୍ମି ଏହି ଆକ୍ରମଣ ଭିଆଇଥିବା ସ୍ୱୀକାର କରିଛି। ପ୍ରସ୍ତାବିତ ପାକ୍-ଚୀନ୍ ଅର୍ଥନୀତିକ କରିଡର୍ (CPEC)ର ମଧ୍ୟସ୍ଥଳରେ ରହିଛି ବଲୁଚିସ୍ତାନ, ଯାହାକି ଗଭୀରଭାବେ ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରି ଆସୁଛନ୍ତି।
ବୁଲୁଚିସ୍ତାନ୍ ଲିବରେସନ୍ ଆର୍ମିର ମୁଖପାତ୍ର ଜିଆଣ୍ଡ ବାଲୋଚ୍ କହିବା ଅନୁଯାୟୀ, “ଆମେ ଏହି ଆକ୍ରମଣ କରିଛୁ ଏବଂ ଆଗକୁ ମଧ୍ୟ ଏହା ଚାଲୁ ରହିବ।” ଖଣିଜସମ୍ପଦରେ ଭରପୁର ବଲୁଚିସ୍ତାନ ଉପରେ ଚୀନ୍ର ଲୋଲୁପ ଦୃଷ୍ଟି ବିରୋଧରେ ଏହି ଲଢ଼େଇ ଜାରି ରହିବ ବୋଲି ସେମାନେ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2DFZzWX
No comments:
Post a Comment