ରାଜପଥ ପାଲଟିଛି ମୃତ୍ୟୁ ପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ରାଜପଥ ପାଲଟିଛି ମୃତ୍ୟୁ ପଥ

ଖୋର୍ଦ୍ଧା (ଓଡ଼ିଶା ରିପାର୍ଟର):ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ ଓ ୫୭ ନମ୍ବର ଜାତୀୟ ରାଜପଥ ଏବେ ଗାଡ଼ି ଚାଳକଙ୍କ ପାଇଁ ମରଣଯନ୍ତା ପାଲଟିଛି । ରାସ୍ତାର ଅନେକ ଅଂଶ ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ କିଛି ସ୍ଥାନରେ ପଥର ଗଦା ହୋଇଥିବାରୁ ତାହା ଦୁର୍ଘଟଣା ସଂଖ୍ୟାକୁ ଆହୁରି ବଢ଼ାଇଛି। ସେପଟେ ଗୋଡ଼ିପଡ଼ାକୁ ଟୋଲଗେଟ ଉଠିଯିବାର୨ ବର୍ଷ ପରେ ବି ଗଙ୍ଗପଡ଼ାର ଟୋଲ୍‌ଗେଟ୍‌ ଭଙ୍ଗା ଯାଇ ନ ଥିବାରୁ ସେନେଇ ମଧ୍ୟ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାରାହାରି ପ୍ରତି ସପ୍ତାହରେ ଯାଉଛି ୩ ରୁ ୪ ଜୀବନ। ଖୋର୍ଦ୍ଧା-ବାଲୁଗାଁ ଓ ଖୋର୍ଦ୍ଧା-ନୟାଗଡ଼କୁ ଯାଇଥିବା ଏଇ ରାସ୍ତାରେ ଦୁର୍ଘଟଣା ଘଟି ବର୍ଷକ ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।

ପ୍ରାୟ ୧୦୦୦ଜଣ ଆହତ ହେଲେଣି। ଗତ ୧୦ ଦିନ ହେଲା ଦୁର୍ଘଟଣା ବଢ଼ିଥିବା କୁହାଯାଉଛି। ଏହାର କାରଣ ହେଉଛି, ଅସଂଖ୍ୟ ଖାଲ ଖମା ଓ ରାଜପଥ କଡ଼ରେ ଥିବା ବଡ଼ ପଥର ଗଦା।ସେହିପରି ଖୋର୍ଦ୍ଧା ଉପକଣ୍ଠ ଗଙ୍ଗପଡ଼ାର ପୁରୁଣା ଟୋଲ୍ ଗେଟ୍୨ ବର୍ଷ ହେଲା ଏହି ଟୋଲ୍ଗେଟ୍ ଗୋଡ଼ିପଡ଼ାକୁ ଉଠି ଯାଇଥିଲେ ବି ଏଠାରୁ ପୁରୁଣା ଘର ଗୁଡ଼ିକ ଭଙ୍ଗାଯାଉନାହିଁ ।

ଫଳରେ କେତେ ବେଳେ କେଉଁ ଗାଡ଼ି ଉପରେ କଂକ୍ରିଟ୍ ଖସିଲାଣି ତ’ କାହା ଉପରେ ଟାଇଲ  ରାତିରେ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ବି ପାଲଟିଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲାପାଳ କହିଛନ୍ତି ଏହାକୁ ଭାଙ୍ଗିବା ପାଇଁ ଏନ୍ଏଚ୍ଏଆଇକୁ କୁହାଯାଇଥିଲେ ବି ସେମାନେ କୌଣସି ପଦକ୍ଷେପ ନେଉନାହାନ୍ତି।



from Odisha Reporter https://ift.tt/2yYKNHK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages