ଦାଉଦ୍‌ ପ୍ରସଙ୍ଗକୁ ଅତୀତ କହି ଗାଲେଇଲେ ଇମ୍ରାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ଦାଉଦ୍‌ ପ୍ରସଙ୍ଗକୁ ଅତୀତ କହି ଗାଲେଇଲେ ଇମ୍ରାନ୍‌

ଇସ୍‌ଲାମାବାଦ୍: ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମ୍ ବାବଦରେ ପ୍ରଶ୍ନ କରାଯିବାରୁ ଅଜବ ଉତ୍ତର ରଖିଛନ୍ତି। ପୂର୍ବରୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାନେଇ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିଆସିଥିବା ପାକିସ୍ତାନର ଏହି ନବନିର୍ବାଚିତ ମୁଖ୍ୟ କହିଛନ୍ତି, ସେ ଅତୀତର କେଉଁ ଏକ ଘଟଣା ପାଇଁ ଦାୟୀ ହୋଇପାରିବେ ନାହିଁ।

ସେ ଏହି ଅବସରରେ କହିଛନ୍ତି, “ଆମେ ଅତୀତରେ ବଞ୍ଚିପାରିବା ନାହିଁ। ଆମର ବି ଭାରତରେ ରହୁଥିବା ମୋଷ୍ଟ ୱାଣ୍ଟେଡ୍‌ଙ୍କ ତାଲିକା ରହିଛି। ଦେଶ ବାହାରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ଆମର ଆଗ୍ରହ ନାହିଁ।”

ସୂଚନାଯୋଗ୍ୟ ଯେ, ୧୯୯୩ ମସିହାରେ ମୁମ୍ବାଇରେ ସଂଘଟିତ ସିରିଜ୍ ବୋମା ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥ‍ଲା ଏବଂ ୭୦୦ ଜଣ ଆହତ ହୋଇଥିଲେ। ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏବଂ ମାଷ୍ଟରମାଇଣ୍ଡ ଦାଉଦ୍‌ ପାକିସ୍ତାନରେ ଲୁଚିଥିବା ନେଇ ସ୍ପଷ୍ଟ ସୂଚନା ରହିଥିଲେ ମଧ୍ୟ ପାକିସ୍ତାନ ଭାରତକୁ ସହଯୋଗ କରୁନାହିଁ।

ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ତାକୁ ‘ଗ୍ଲୋବାଲ୍‌ ଟେରରିଷ୍ଟ’ ତାଲିକାଭୁକ୍ତ କରାଯାଇଛି ଏବଂ ଗତ କିଛି ଦିନ ତଳେ ତା’ର କରାଚି ଠିକଣା ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍‌ ସୟିଦ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମଧ୍ୟ ସଫେଇ ଦେଇଛନ୍ତି ଇମ୍ରାନ୍‌ ଖାନ୍‌।



from Odisha Reporter https://ift.tt/2Sm12pH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages