ଭାରତ ବିପକ୍ଷ ତୃତୀୟ ଟି-୨୦ ପାଇଁ ଅଷ୍ଟ୍ରେଲିଆ ଟିମ୍‌ରେ ଷ୍ଟାର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଭାରତ ବିପକ୍ଷ ତୃତୀୟ ଟି-୨୦ ପାଇଁ ଅଷ୍ଟ୍ରେଲିଆ ଟିମ୍‌ରେ ଷ୍ଟାର୍କ

ସିଡ୍‌ନୀ: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ବାମହାତୀ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ। ତାଙ୍କୁ ଭାରତ ବିପକ୍ଷ ଅନ୍ତିମ ତଥା ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ପାଇଁ ଦଳରେ ସାମିଲ କରାଯାଇଛି।

ସ୍କ୍ୱାଡ୍‌ରେ ଥିବା ଅନ୍ୟତମ ଦ୍ରୁତ ବୋଲର୍ ବିଲି ଷ୍ଟାନ୍‌ଲେକ୍‌ ଆହତ ହେବାରୁ ସେ ଭାରତ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଷ୍ଟାର୍କଙ୍କୁ ସାମିଲ କରାଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।

ଷ୍ଟାର୍କ ୨୦୧୬ରେ ଶେଷଥର ପାଇଁ ଶ୍ରୀଲଙ୍କାର ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଏବେ ସେ ଟିମ୍‌କୁ ଫେରିଥିବାରୁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ନିଶ୍ଚିତ ଭାବେ ଅଡ଼ୁଆରେ ପକାଇବେ। କାରଣ ପୂର୍ବରୁ ଅନେକ ଥର ଷ୍ଟାର୍କ ଭାରତ ବିରୋଧରେ ଭଲ ପ୍ରଦର୍ଶନ କରିଥିବା ନଜିର ରହିଛି।

ପୂର୍ବରୁ ଷ୍ଟାର୍କଙ୍କୁ ଭାରତ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଥିଲା। କିନ୍ତୁ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଘୋଷଣା ହୋଇଥିବା ୧୪ ଜଣିଆ ସ୍କ୍ୱାଡ୍‌ରେ ତାଙ୍କ ନାଁ ରହିଥିଲା।

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍‌ରେ ଭାରତ ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଥିଲା।

ଭାରତ ସିରିଜ୍‌ରେ ୧-୦ରେ ପଛରେ ଥିବାରୁ ଆସନ୍ତାକାଲି ମ୍ୟାଚ୍‌ ଜିତି ସିରିଜ୍‌ ବରାବର ଲକ୍ଷ୍ୟରେ ରହିବ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉପରୁ ସିରିଜ୍‌ ହାରିବା ଭୟ ଟଳି ଥିବାରୁ ଦଳ ନିଶ୍ଚିତ ଭାବେ ବିନା ଚାପରେ ଖେଳିବ। ଭାରତକୁ ମାତ୍‌ ଦେଇ କଙ୍ଗାରୁ ଟିମ୍‌ ସିରିଜ୍‌ କବଜା ଲକ୍ଷ୍ୟରେ ରହିବ।



from Odisha Reporter https://ift.tt/2PQhm53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages