ଟେଣ୍ଟ୍ ଫିଟାଇ ନେଲେଣି, ପ୍ରଶାସନ ସହ ଆଲୋଚନା କରିବାକୁ ବ୍ୟବସାୟୀ ନାରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ଟେଣ୍ଟ୍ ଫିଟାଇ ନେଲେଣି, ପ୍ରଶାସନ ସହ ଆଲୋଚନା କରିବାକୁ ବ୍ୟବସାୟୀ ନାରାଜ

bali

କଟକ (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ତେଜିବାରେ ଲାଗିଛି କଟକ ବାଲିଯାତ୍ରା ବିବାଦ। ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ଏବେ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି ବ୍ୟବସାୟୀ ସଂଘ। କୌଣସି ମତେ ଆଉ ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି ସଂଘ କହିଛି। ବିଧାୟକ ଯଦି ଚାହିଁବେ, ତା’ହେଲେ ଆଲୋଚନା କରିବୁ ବୋଲି ସଂଘ କହିଛି।

ଅନ୍ୟପକ୍ଷରେ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଆଜି ଟେଣ୍ଟ ହାଉସ ସଂଘ ପକ୍ଷରୁ ବାଲିଯାତ୍ରା ପଡିଆରେ ଷ୍ଟଲ ପାଇଁ ଲାଗିଥିବା ଟେଣ୍ଟକୁ ଖୋଲାଯାଉଛି। ହାତରେ ଆଉ ମାତ୍ର ୫ଦିନ ଥିବାରୁ ଏତେ କମ୍ ସମୟରେ ଟେଣ୍ଟ ହାଉସ ବାନ୍ଧିବା ସମ୍ଭବପର ନୁହେଁ ବୋଲି ସଂଘ କହିଛି।

ପ୍ଲଟ୍‌ ବଣ୍ଟନକୁ ନେଇ ପ୍ରଥମେ ପ୍ରଶାସନ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ହୋଇଥିଲା। ତେବେ ଦୀର୍ଘ ଦିନର ଆଲୋଚନା ପରେ ଏହା ସମାଧାନ ହୋଇଥିବାବେଳେ, ଦୋଳିକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଥିଲା।

ପ୍ରଶାସନ ଟେଣ୍ଡର ମାଧ୍ୟମରେ ଦୋଳିଖେଳ ପକାଇବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ଦୋଳି ବ୍ୟବସାୟୀ ବିରୋଧ କରିଥିଲେ। ଉଭୟ ପ୍ରଶାସନ ଓ ବ୍ୟବସାୟୀ ସଂଘ ନିଜନିଜ ଜିଦ୍‌ରେ ଅଟଳ ଥିବାରୁ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି।

ପ୍ରତିଦିନ ପ୍ରଶାସନ ନୂଆନୂଆ ନିୟମ କରୁଥିବାରୁ ଚିଳିତ ବର୍ଷ ବାଲିଯାତ୍ରାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଳିବା ସମ୍ଭବପର ନୁହେଁ ବୋଲି ବ୍ୟବସାୟୀ ସଂଘ କହିଛି। ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2DIAlbr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages