ଧରାପଡ଼ିଲା ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଧରାପଡ଼ିଲା ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’

Sundari-1-3-1

ଅନୁଗୋଳ(ବିରଜା ଦାସ): ଲୁଚକାଳି ଖେଳୁଥିବା ମଣିଷ ଖିଆ ବାଘୁଣୀ ସୁନ୍ଦରୀ ଶେଷରେ ଧରାପଡ଼ିଛି। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିଲେ। ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ଅପରେସନ୍‌ରେ ନିୟୋଜିତ କରାଯାଇଥିଲା। ଯାହା ସଫଳ ହୋଇଛି। ନନ୍ଦନକାନନ ଏବଂ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିଲେ। ଏବେ ସୁନ୍ଦରୀକୁ ରାଇଗୁଡ଼ାକୁ ନିଆଯିବ।”

ସୂଚନାଯୋଗ୍ୟ, ଅନୁଗୋଳ ସାତକୋଶିଆ କୋର ଜଙ୍ଗଲରେ ସୁନ୍ଦରୀକୁ ଛଡ଼ାଯାଇଥିଲା। ହେଲେ ସୁନ୍ଦରୀ ଜଙ୍ଗଲ ଭିତରେ ରହିବା ବଦଳରେ ଜନବସତି ଆଡ଼କୁ ଚାଲି ଆସିଥିଲା। ସେତିକି ନୁହେଁ ବ୍ୟାଘ୍ର୍ୟ ପ୍ରକଳ୍ପର ହାତିବାରୀ ଓ ଟାଇଁସିରେ ଦୁଇ ଜଣ ଲୋକଙ୍କୁ ମାରିଥିବା ଅଭିଯୋଗ ମଧ୍ୟ ତା’ ମୁଣ୍ଡରେ ଲାଗିଛି।

ଟାଇଁସି ଅଞ୍ଚଳରେ ସୁନ୍ଦରୀ ଜଣଙ୍କୁ ମାରିବା ଅଭିଯୋଗ ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ଲୋକମାନେ ରାସ୍ତାରେ ଶବ ରଖି ସାତକୋଶିଆରୁ ସୁନ୍ଦରୀକୁ ସ୍ଥାନାନ୍ତର ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍ ପୋଡ଼ି ଦେଇଥିଲେ। ଲୋକଙ୍କ ଢେଲା ମାଡ଼ରେ ୩ ଜଣ ପ୍ରଶାସନିକ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ୍‌କୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଏହାସହ ପୁଲିସ ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା।

ଦିନକୁ ଦିନ ସୁନ୍ଦରୀ ବିରୋଧରେ ଅଭିଯୋଗର ତାଲିକା ଲମ୍ବୁଥିବାରୁ ପ୍ରଶାସନ ଶେଷରେ ତାକୁ ଟ୍ରାଙ୍କୁଲାଇଜ୍‌ କରି କାବୁ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଆରମ୍ଭ ହୋଇଥିଲା ‘ଅପରେସନ୍‌ ଟ୍ରାଙ୍କୁଲାଇଜ୍‌’। ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସୁନ୍ଦରୀକୁ କାବୁ କରିବାକୁ ଦିନରାତି ଏକ କରି ଦେଇଥିଲେ। ହେଲେ ସୁନ୍ଦରୀ ଏମାନଙ୍କ ଫାସରେ ଫସି ନଥିଲା। ସେ ଜଙ୍ଗଲର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପ୍ରଶାସନିକ ଅଧିକାରୀ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଭୂଆଁ ବୁଲାଇଥିଲା। ୫ ଥର ଟ୍ରାଙ୍କୁଲାଇଜ୍‌ ପ୍ରୟାସ ବିଫଳ ହେବା ପରେ କୁମକୀ ହାତୀ ଯଶୋଦାକୁ ଅପରେସନ୍‌ରେ ନିୟୋଜିତ କରାଯାଇଥିଲା। ଯଶୋଦା ସହାୟତାରେ ଶେଷରେ ସୁନ୍ଦରୀକୁ କାବୁ କରିବାକୁ ପ୍ରଶାସନ ସଫଳ ହୋଇଛି।

ସୁନ୍ଦରୀ ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ସାତକୋଶିଆ ଅଞ୍ଚଳରେ ଲୋକେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି। କାରଣ ସୁନ୍ଦରୀକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଏତେ ଥିଲା ଯେ, ଲୋକେ ସନ୍ଧ୍ୟା ହେବା ପରେ ଘରୁ ବାହାରୁ ନଥିଲେ। ପିଲାମାନେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଖାଲି ସେତିକି ନୁହେଁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳରୁ ଲୋକେ ବାହାର କରିବାକୁ ମଧ୍ୟ ଡରୁଥିଲେ।



from Odisha Reporter https://ift.tt/2D3fQ8h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages