ବାଇକ୍‌ରେ ମାମୁ ଘରକୁ ଯାଉଥିଲେ, ଛାତିରେ ବାଜିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ବାଇକ୍‌ରେ ମାମୁ ଘରକୁ ଯାଉଥିଲେ, ଛାତିରେ ବାଜିଲା ଗୁଳି

80

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବଳରାମ ସାହୁ। ତାଙ୍କ ଛାତିରେ ଗୁଳି ବାଜିଛି।

ବଳରାମଙ୍କୁ ପ୍ରଥମେ ଟିଟିପିଏସ୍‌ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

injuryସୂଚନା ଅନୁସାରେ, ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ୱପଳାସ ଗାଁର ବଳରାମ ସାହୁ ତାଙ୍କ ଦୁଇ ଭାଇଙ୍କ ସହ ଏକ ବାଇକ୍‌ ଯୋଗେ ମାମୁ ଘର ନୂଆଗାଁକୁ ଯାଉଥିଲେ। ଏହି ସମୟରେ ସନ୍ଥପଡ଼ା ଗାଁ ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2SWV4Nb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages