
ହିସାର: ମଙ୍ଗଳବାର ରାତି ପ୍ରାୟ ୨ଟା ବେଳକୁ ଏକ ହୃଦୟଥରା ଦୁର୍ଘଟଣାରେ ଫୁଟ୍ପାଥ୍ରେ ଶୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ କାର୍ ମାଡ଼ିଯିବାରୁ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ହରିୟାଣାର ହିସାର୍ ନିକଟରେ ଏକ ପୋଲ ଉପରେ ଘଟିଥିବା ଏହି ଦୁର୍ଘଟଣା ପୂର୍ବରୁ କିଛି ଦିନ ଧରି ରାସ୍ତା ମରାମତି ଚାଲୁଥିବାରୁ ଗୋଟିଏ ପାଖର ରାସ୍ତା ବନ୍ଦ କରାଯାଇଥିଲା।
5 killed and 9 injured as a car ran over labourers sleeping on a bridge in Hisar, Haryana at 2am today. The speeding car then hit another car and fell off the bridge. Drivers of both cars were injured. pic.twitter.com/aGdrTJqLea
— ANI (@ANI) November 21, 2018
ଶୋଇଥିବା ଶ୍ରମିକମାନଙ୍କ ଉପରେ ଚଢ଼ିଯିବାପରେ ସାମ୍ନାରେ ଥିବା ଏକ କାର୍ ସହିତ ପିଟି ହୋଇଥିଲା ଏବଂ ୭୦ ଫୁଟ ଉଚ୍ଚ ଏହି ପୋଲ ତଳକୁ ଖସିପଡ଼ିଥିଲା। ମିଳିଥିବା ଖବର ଅନୁଯାୟୀ ଏହି କାର୍ଟି ଦିଲ୍ଲୀ ଆଡ଼କୁ ଯାଉଥିଲା।
ନିକଟରେ ଜିନ୍ଦଲର ଏକ କାରଖାନା ଥିବାରୁ ପୋଲ ଉପରୁ ଚିତ୍କାର ଶୁଣିବାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପୁଲିସ୍ରେ ଖବର ଦେଇଥିଲେ। କାର୍ ପୋଲ ତଳକୁ ଖସିଥିଲେ ମଧ୍ୟ ଚାଳକ ଠିକ୍ଠାକ୍ ଥିଲା ଏବଂ କୌଶଳ କ୍ରମେ ଖସିଯାଇଥିଲା। ପୁଲିସ୍ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2DBQhvp
No comments:
Post a Comment