
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଗକୁ ଆସୁଥିବା ନୂଆ ଯୋଡ଼ିକୁ ନେଇ ଏବେ ଓଲିଉଡ୍ରେ ଚର୍ଚ୍ଚା। ପ୍ରଯୋଜକ ଜେ. ରଞ୍ଜନ୍ଙ୍କ ଆଗାମୀ ଓଡ଼ିଆ ସିନେମା ‘କ୍ରେଜି-୪’ରେ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍ ଶେୟାର୍ କରିବେ ଅଭିନେତା ଅଭିଷେକଙ୍କ ସହ ଚୁଲ୍ବୁଲି ସୂର୍ଯ୍ୟମୟୀ। ଏହି ଫିଲ୍ମ୍ର ମହୁରତ୍ ଶେଷ ହୋଇ ଏବେ ଶୁଟିଂ ଚାଲିଛି।
ଏହି ଅପ୍କମିଂ ଓଡ଼ିଆ ଫିଲ୍ମ୍ରେ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ ମଧ୍ୟ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।
ପାଠ ପଢା ସାରି ୪ଜଣ ଯୁବକ ଏକ ସହରରେ ଏକାଠି ହୁଅନ୍ତି। ପରେ ତାଙ୍କ ସହ ଘଟୁଥିବା ଘଟଣାବଳୀକୁ ନେଇ ଫିଲ୍ମ୍ର କାହାଣୀ ଗତିଶୀଳ ହେବ।
ଫିଲ୍ମ୍ର ନାୟକ ଅଭିଷେକ ଏକ ଟପୋରୀ ଭୂମିକାରେ ନଜର ଆସିବେ। ତେବେ ସୂର୍ଯ୍ୟମୟୀଙ୍କ ସହ ତାଙ୍କ ଅନ୍ସ୍କ୍ରିନ୍ କେମିଷ୍ଟ୍ରିକୁ ନେଇ ପ୍ରଯୋଜନା ଟିମ୍ ବେଶ୍ ଆଶାବାଦୀ ଅଛନ୍ତି।
ଫିଲ୍ମର ଶୁଟିଂ ପାଇଁ ଫ୍ରେସ୍ ଲୋକେସନ୍ ଉପରେ ଧ୍ୟାନ ଦିଆଯାଇଛି। ଗୀତ ସୁଟିଂ ପାଇଁ ଦାର୍ଜିଲିଂ ସହ ବିଦେଶର କିଛି ଆକର୍ଷଣୀୟ ସ୍ଥାନକୁ ସାମିଲ୍ କରାଯାଇଛି।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍ ନିର୍ଦ୍ଦେଶକ ସମ୍ରାଟ୍। ନିଆରା କାହାଣୀ ସହ ଓଲିଉଡ୍ର ନୂଆ ଯୋଡ଼ିକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି।
from Odisha Reporter https://ift.tt/2KkAvGr
No comments:
Post a Comment