
କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଦୁଇଜଣ ବିଚାରପତି ଶପଥ ନେଇଛନ୍ତି। ଏହି ଦୁଇ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଓ ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ମାଡ୍ରାସ ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବେଳେ ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ର ନୂଆ କରି ବିଚାରପତି ଭାବେ ହାଇକୋର୍ଟରେ ନିଯୁକ୍ତି ପାଇଛନ୍ତି। ଉଭୟ ବିଚାରପତିଙ୍କ ଶପଥ ଗ୍ରହଣ ସହ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ ରେ ପହଞ୍ଚିଛି।
from Odisha Reporter https://ift.tt/2PGZQAf
No comments:
Post a Comment