୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଆଜି ସ୍ୱାମୀ ନିଜ ଦେହରେ ନିଆଁ ଲଗେଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ଆଜି ସ୍ୱାମୀ ନିଜ ଦେହରେ ନିଆଁ ଲଗେଇ ଦେଲେ

fire

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ସ୍ୱାମୀ ଓ ସ୍ତ୍ରୀ ଭିତରେ କଳିରୁ ସୃଷ୍ଟି ହୋଇଛି କରୁଣ ପରିଣତି। କିରାସିନି ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ସେଇ ନିଆଁରେ ପୋଡ଼ି ଯାଇଛନ୍ତି। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଘଟଣାଟି ଏହିପରି। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ସହରାଞ୍ଚଳ ଅନ୍ତର୍ଗତ ମଙ୍ଗଳା ସାହିରେ ଆଜି ସ୍ୱାମୀ ସଦାନନ୍ଦ ପ୍ରଧାନ ଓ ସ୍ତ୍ରୀ ଋତୁପର୍ଣ୍ଣା ରଥଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଦାନନ୍ଦ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସ୍ୱାମୀ ହଠାତ୍ ଏପରି କରିବେ ବୋଲି ପତ୍ନୀ ଋତୁପର୍ଣ୍ଣା ବିଶ୍ୱାସ କରିନଥିଲେ। ସ୍ୱାମୀ ଜଳୁଥିବା ଦେଖି ସେ ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଯାଇଥିଲେ। କିନ୍ତୁ ନିଆଁର ତୀବ୍ରତା ଅଧିକ ଥିବାରୁ ସେ ମଧ୍ୟ ସେହି ନିଆଁରେ ପୋଡ଼ିହୋଇ ଯାଇଥିଲେ।

ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଲୋକ ପହଞ୍ଚିଥିଲେ ଓ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନୟାଗଡ଼ ମେଡିକାଲ୍‌କୁ ନେଇଥିଲେ। ସେଠାରେ କିଛି ସମୟର ଚିକିତ୍ସା ପରେ, ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିବାରୁ, ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସଦାନନ୍ଦଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଋତୁପର୍ଣ୍ଣାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ି ଯାଇଛି।

ସଦାନନ୍ଦ ଓ ଋତୁପର୍ଣ୍ଣା ଆଜକୁ ୧୦ ବର୍ଷ ତଳେ ଉଭୟ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ସନ୍ତାନ ଥିବା ଜଣାପଡ଼ିଛି। ପାରିବାରିକ କଳହରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।



from Odisha Reporter https://ift.tt/2zoQord

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages