ମୁଣ୍ଡ ଟେକୁଛି କି ଖଲିସ୍ତାନ ଆନ୍ଦୋଳନ ? ଅମୃତସର ବ୍ଲାଷ୍ଟ ପଛରେ ଖଲିସ୍ତାନୀଙ୍କ ହାତ ଥିବା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ମୁଣ୍ଡ ଟେକୁଛି କି ଖଲିସ୍ତାନ ଆନ୍ଦୋଳନ ? ଅମୃତସର ବ୍ଲାଷ୍ଟ ପଛରେ ଖଲିସ୍ତାନୀଙ୍କ ହାତ ଥିବା ସନ୍ଦେହ

ଅମୃତସର: ପୁଣି ମୁଣ୍ଡ ଟେକୁଛି କି ଖଲିସ୍ତାନ ଆନ୍ଦୋଳନ ? ଗତକାଲି ଅମୃତସରରେ ନରଙ୍କାରୀ ସତ୍‌ସଙ୍ଗ ଭବନରେ ବିସ୍ଫୋରଣ ପରେ ମିଳୁଥିବା ଗୁଇନ୍ଦା ସୂଚନା ପରେ ଏ ପ୍ରଶ୍ନ ଉଠିବାରେ ଲାଗିଛି।

ଗତକାଲି ଦୁଇଜଣ ମୁଖା ପିନ୍ଧା ଦୁର୍ବୃତ୍ତ କଳା ବାଇକ୍‌ରେ ଆସି ସତ୍‌ସଙ୍ଗ ଭବନରେ ଗ୍ରେନେଡ ପକାଇ ବ୍ଲାଷ୍ଟ କରିଥିଲେ। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣ ପଛରେ ଖଲିସ୍ତାନ ସମର୍ଥକଙ୍କ ହାତ ଥିବା ଅନୁମାନ କରାଯାଉଛି। ପାକିସ୍ତାନର ଆଇଏସ୍‌ଆଇ ସହାୟତାରେ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣ ପଛରେ କାହାର ହାତ ଅଛି ଏଯାଏ ପୂରା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବିସ୍ଫୋରଣକାରୀ ଦୁଇ ଯୁବକଙ୍କ ସ୍କେଚ୍ ଜାରି ହୋଇଛି।

panjabପଞ୍ଜାବ ପୁଲିସ୍‌ ଅନୁସାରେ ଆକ୍ରମଣ ପଛରେ ଖଲିସ୍ତାନ ସମର୍ଥକଙ୍କ ହାତ ରହିଛି। ଏମାନେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ଜରିଆରେ ଏହି ବିସ୍ଫୋରଣ କରାଇଛନ୍ତି। ଏହି ଖଲିସ୍ତାନ ସମର୍ଥକମାନେ ଆଇଏସ୍‌ଆଇ ସହାୟତାରେ କାଶ୍ମୀରର ଆତଙ୍କବାଦୀ ସଂଗଠନ ସହ ମିଶି ପାକିସ୍ତାନରେ ରହି ଏପରି ଯୋଜନା କରିଛନ୍ତି।

ବିସ୍ଫୋରଣ ପାଇଁ ବିଦେଶରୁ ଅର୍ଥ ଯୋଗାଡ଼ କରାଯାଇଥିଲା। ଏହି ଅର୍ଥକୁ ଆଇଏସ୍‌ଆଇର ସ୍ଲିପର୍‌ ସେଲ୍‌ ଜରିଆରେ ସ୍ଥାନୀୟ ଯୁବକଙ୍କୁ ଗ୍ରେନେଡ କିଣି ଦିଆଯାଇଥିଲା।

ନରଙ୍କାରୀ ସତ୍‌ସଙ୍ଗ ଭବନ ଆକ୍ରମଣ ପଛରେ ଗୋପାଳ ସିଂହ ଚାୱଲାର ହାତ ଥିବା ଗୁଇନ୍ଦା ବିଭାଗ ସନ୍ଦେହ କରୁଛି। କାରଣ ଗୋପାଳକୁ କିଛିଦିନ ଆଗରୁ ମୋଷ୍ଟ ୱାଣ୍ଟେଡ ହାଫିଜ୍‌ ସହିଦ ସହ ଦେଖାଯାଇଥିଲା।

ଗୁଇନ୍ଦା ବିଭାଗ ଅନୁସାରେ ଗୋପାଳ ଆଇଏସ୍‌ଆଇ ସହଯୋଗରେ ପଞ୍ଜାବରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲା। ସେ ଏମିତି ଏକ ଆପ୍‌ ବ୍ୟବହାର କରୁଥିଲା, ଯାହାକୁ ସହଜରେ ଡିକୋଡ କରାଯାଇପାରିବ ନାହିଁ। ଏହି ଆପ୍‌ ଜରିଆରେ ସେ ସ୍ଥାନୀୟ ଯୁବକଙ୍କୁ ନିଜ ସପକ୍ଷରେ ନେଉଥିଲା।

panjabସୂଚନାଯୋଗ୍ୟ, ଗୋପାଳ ହେଉଛି ପାକିସ୍ତାନ ଶିଖ୍‌। ସେ ପାକିସ୍ତାନ ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ମହାସଚିବ ରହିସାରିଛି। ତାକୁ ଖଲିସ୍ତାନ ଆନ୍ଦୋଳନର ଦୃଢ଼ ସମର୍ଥକ କୁହାଯାଇଥାଏ।

ସେହିପରି ଆତଙ୍କବାଦୀ ଜାକିର୍‌ ମୁସାକୁ କିଛିଦିନ ପୂର୍ବ ପଞ୍ଜାବରେ ଦେଖାଯାଇଥିଲା। ସେ କିଛି ଖାଲିସ୍ତାନୀ ସମର୍ଥକଙ୍କୁ ଭେଟିଥିବା ଗୁଇନ୍ଦା ବିଭାଗ ଖବର ପାଇଥିଲା। ଏହାକୁ ମଧ୍ୟ ବିଚାରକୁ ନିଆଯାଉଛି। ମୁସା ଏହି ଖାଲିସ୍ତାନୀ ସମର୍ଥକଙ୍କ ଜରିଆରେ ବିସ୍ଫୋରଣ ଘଟାଇଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି।

ଏନ୍‌ଆଇଏର ଯାଞ୍ଚ ଆରମ୍ଭ

ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଛି। ଏନ୍‌ଆଇଏର ବରିଷ୍ଠ ଅଧିକାରୀମାନେ ସତ୍‌ସଙ୍ଗ ଭବନରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2TnKdfc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages