
ଅନୁଗୋଳ (ବିରଜା ଦାଶ): ହାତୀ ମୃତ୍ୟୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଏ.କେ. ବିଶ୍ୱାଳ କମିଟି ସୁପାରିସକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଯେଉଁଥିପାଇଁ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧି ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଚିଠି ଲେଖିଛନ୍ତି।
ଚିଠିରେ ଉଲ୍ଲେଖ ରହିଛି ଯେ, ଢେଙ୍କାନାଳରେ ଏକାଥରେ ୭ ହାତୀ ମୃତ୍ୟୁ ଘଟଣା ଦେଶରେ ସର୍ବାଧିକ। ୨୦୧୧ରୁ ୧୭ ମଧ୍ୟରେ ଓଡ଼ିଶାରେ ୪୩୫ଟି ହାତୀଙ୍କ ମୃତ୍ୟୁ ଘଟିଛି। ୪୩୫ରୁ ୨୮% ବା ୧୨୪ଟି ହାତୀ ବିଦ୍ୟୁତ ଆଘାତରେ ମରିଛନ୍ତି। ପରିଚାଳନାଗତ ତ୍ରୁଟି ଓ ସମନ୍ୱୟ ଅଭାବରୁ ବହୁ ହାତୀ ମରୁଛନ୍ତି। ହାତୀ ମୃତ୍ୟୁ ରୋକିବାକୁ କେନ୍ଦ୍ର ସରକାର ଏ.କେ ବିଶ୍ୱାଳ କମିଟି ବସାଇଥିଲେ। କମିଟି ବିଦ୍ୟୁତ ଆଘାତରୁ ବଞ୍ଚାଇବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଦେଇଥିଲା। ବିଶ୍ୱାଳ କମିଟି ସୁପାରିସ ଓଡ଼ିଶାରେ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ସୁପାରିଶ ଉଲ୍ଲଂଘନ କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଗାନ୍ଧି ଚିଠିରେ ଲେଖିଛନ୍ତି।
ବିଜୁଳି ନେଲା ଆଉ ଏକ ହାତୀର ଜୀବନ
ଆଜି ପୁଣି ବିଦ୍ୟୁତ ତାର ନେଇଛି ଗୋଟିଏ ଦନ୍ତାର ଜୀବନ। ଅନୁଗୋଳ ହଣ୍ଡପା ରେଂଜରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ଦନ୍ତାହାତୀର ବୟସ ୮ରୁ ୧୦ ବର୍ଷ ହେବ।
ଅଭିଯୋଗରୁ ପ୍ରକାଶ, ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା। ଯାହାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।
from Odisha Reporter https://ift.tt/2Psc3Ja
No comments:
Post a Comment