
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ଅନେକ ଲୋକ ଏହାକୁ ମାନି ନଥିବା ଜଣାପଡ଼ିଛି।
ଶତାଧିକ ଲୋକ ଧାର୍ଯ୍ୟ ସମୟ ବାହାରେ ବାଣ ଫୁଟାଇ ଫସି ଯାଇଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉଲ୍ଲଂଘନ ନେଇ ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
କମିଶନରେଟ୍ ପୁଲିସ୍ କଟକ ଓ ଭୁବନେଶ୍ୱରରେ ଏମିତି ୩୭୦ ଜଣଙ୍କୁ ଚିହ୍ନଟି କରିଛି, ଯେଉଁମାନେ ଧାର୍ଯ୍ୟ ସମୟ ବାହାରେ ବାଣ ଫୁଟାଇଥିଲେ।
ଏମାନଙ୍କ ମଧ୍ୟରୁ ୧୪୦ ଜଣଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଛି। ମାମଲା କୋର୍ଟକୁ ଯିବ।
ଅନ୍ୟ ୨୩୦ ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଏମାନଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଆହୁରି ପଢ଼ନ୍ତୁ: କଟକ ଓ ଭୁବନେଶ୍ୱରରେ କେବଳ ଏହି ସମୟରେ ଫୁଟାଇ ପାରିବେ ବାଣ
from Odisha Reporter https://ift.tt/2F85t5y
No comments:
Post a Comment