ଅସୁସ୍ଥ ମନୋହର ପାରିକର ଇସ୍ତଫା ଦେବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଅସୁସ୍ଥ ମନୋହର ପାରିକର ଇସ୍ତଫା ଦେବେ!

ପାଣାଜି: ଦୀର୍ଘଦିନ ହେଲା ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋହର ପାରିକର ନିଜ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଏନେଇ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ହେଁ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପାରିକର ଗୋଆ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ପାକରିକର ଦୀର୍ଘଦିନ ହେଲା ଅସୁସ୍ଥ ଥିବାରୁ ରାଜ୍ୟର ଶାସନ ବ୍ୟବସ୍ଥାକୁ ଠିକ୍‌ ଭାବେ ପରିଚାଳନା କରିପାରୁ ନାହାନ୍ତି। ଏଥିପାଇଁ ବିରୋଧୀ ଦଳଗୁଡ଼ିକ ତାଙ୍କ ଇସ୍ତଫା ଦାବି କରି ଆସୁଛନ୍ତି। ଆଜି ଶହଶହ ସାମାଜିକ କର୍ମୀ ଏବଂ ଏନ୍‌ଜିଓ ସଂସ୍ଥାର କର୍ମୀମାନେ ପିପୁଲ୍ସ ମାର୍ଚ୍ଚ ବ୍ୟାନରରେ ପାରିକରଙ୍କ ଇସ୍ତଫା ଦାବିରେ ପଦଯାତ୍ରା କରିଛନ୍ତି।

ଏମାନେ ପାରିକରଙ୍କ ବ୍ୟକ୍ତିଗତ ବାସଭବନ ପହଞ୍ଚି ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ଦାବି କରିଛନ୍ତି। ଏଥିସହ ଦୀର୍ଘ ୧ କିମି ରାସ୍ତାରେ ପଦଯାତ୍ରା କରି ଏମାନେ ଲୋକଙ୍କୁ ପାରିକରଙ୍କ ଅସୁସ୍ଥତା ଯୋଗୁ କେମିତି ରାଜ୍ୟରେ ଶାସନ ବ୍ୟବସ୍ଥା ଢିଲା ହୋଇଯାଇଛି, ସେକଥା ମଧ୍ୟ ବୁଝାଇଛନ୍ତି।

ଏହି ପଦଯାତ୍ରାକୁ କଂଗ୍ରେସ, ଏନ୍‌ସିପି ଓ ଶିବସେନା ସମର୍ଥନ କରିବା ସହ ପାରିକରଙ୍କ ଇସ୍ତ‍ଫା ଦାବି କରିଛନ୍ତି।

ଆମେରିକାରୁ ଚିକିତ୍ସିତ ହୋଇ ଆସିଥିବା ପାରିକର ବାରମ୍ବାର ଅସୁସ୍ଥ ହୋଇ ପଡ଼ୁଛନ୍ତି। ଏଥିପାଇଁ ତାଙ୍କ ଅକ୍ଟୋବର ୧୪ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ନିଜର ବ୍ୟକ୍ତିଗତ ବାସଭବନରେ ରହି ଚିକିତ୍ସିତ ହେଉଛନ୍ତି।



from Odisha Reporter https://ift.tt/2QixvQx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages