
ଆନନ୍ଦପୁର (ମୁନ୍ନା ସିଂ): କାର୍ତ୍ତିକ ପୂର୍ଣ୍ଣିମାରେ ପୂରା କେନ୍ଦୁଝର ଜିଲ୍ଲା ଚଳଚଞ୍ଚଳ ଥିବା ବେଳେ ଆନନ୍ଦପୁର ଡାକ୍ତରଖାନା ଜଣେ ମହିଳାଙ୍କ ବୁକୁ ଫଟା କାନ୍ଦରେ ଫାଟି ପଡ଼ୁଥିଲା। ୯ ବର୍ଷର ପୁଅ ଶୁଭମ୍ ରାଉତକୁ ହରାଇଥିବା ଏହି ମାଆ ଆଖିରୁ ଲୁହର ଧାର ସୁଖିବାର ନାଁ ନେଉ ନଥିଲା। ‘ମୋ ପୁଅ କୁଆଡେ ଗଲା ଲୋ…। ଆଉ କିଏ ମାଆ କହି ଡାକିବ…’, କହି ଯେତେବେଳେ ମହିଳା ଜଣଙ୍କ ବାହୁନି ହେଉଥିଲେ, ମେଡିକାଲ୍ରେ ଉପସ୍ଥିତ ସବୁ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆସି ଯାଇଥିଲା।
କାର୍ତ୍ତିକ ପୂର୍ଣ୍ଣିମାରେ ଘସିପୁରା ଥାନା ଅନ୍ତର୍ଗତ ନୂଆଗଡ ଗାଁରେ ଥିଲା ଉତ୍ସାହର ମାହୋଲ। ଗାଁ ଲୋକେ ସକାଳୁ ସକାଳୁ କୁସେଇ ନଦୀକୁ ଯାଇ ଗାଧୋଇବା ସହ ଡଙ୍ଗା ଭସାଇବାରେ ବ୍ୟସ୍ତ ଥିଲେ। ଅନ୍ୟମାନଙ୍କ ପରି ଶୁଭମ୍ ମଧ୍ୟ ଡଙ୍ଗା ଭସାଇବାକୁ ଯାଇଥିଲା।
ନଦୀରେ ଡଙ୍ଗା ଭସାଇବା ବେଳେ ହଠାତ୍ ଶୁଭମ୍ ବୁଡ଼ି ଯାଇଥିଲା। ନିମିଷକରେ ଉତ୍ସବର ବାତାବରଣ କୋଳାହଳ ଓ ଚିତ୍କାରମୟ ପରିବେଶରେ ପରିଣତ ହୋଇଯାଇଥିଲା। କିଛି ଲୋକ ଘସିପୁରା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶୁଭମ୍କୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl
from Odisha Reporter https://ift.tt/2R2UYCk
No comments:
Post a Comment