
ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ୍ ଜିଲ୍ଲାର ୫ ଜଣଙ୍କୁ ଆଜି ସକାଳେ ଆତଙ୍କବାଦୀମାନେ ଉଠାଇନେବା ପରେ ଜଣଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ପୁଲିସ୍ର ସୂଚନା ଅନୁଯାୟୀ ଏହି ୧୯ ବର୍ଷୀୟ ଯୁବକ ହୁଜୈଫ୍ କୁଟ୍ଟେଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ତାଙ୍କୁ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୫ ଜଣଙ୍କରୁ ୨ ଜଣଙ୍କୁ ଛାଡ଼ିଦିଆଯାଇଥିବାବେଳେ ୨ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି।
ଏହି ଘଟଣା ଘଟିବାର କିଛି ଘଣ୍ଟା ଆଗରୁ ହିଁ ଜଣେ ୧୭ ବର୍ଷୀୟ କିଶୋରଙ୍କୁ ସମାନ କାରଣ ଦର୍ଶାଇ ଆତଙ୍କୀମାନେ ହତ୍ୟା କରିଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏପରି ଘଟଣାକୁ ସ୍ଥାନୀୟ ଅଧିବାସୀ ଏବଂ ରାଜନୀତିକ ଦଳଗୁଡ଼ିକ ଘୋର ନିନ୍ଦା କରିଛନ୍ତି।
ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କୁଟ୍ଟେଙ୍କ ହତ୍ୟାକୁ ନିନ୍ଦା କରିବା ସହିତ କହିଛନ୍ତି ସେମାନେ ଏହି ହତ୍ୟା ପଛରେ ଯେତେ କାରଣ ଦର୍ଶାଇଲେ ମଧ୍ୟ ଏହାକୁ ଅମାନବିକ କୁହାଯିବ। ଆମ ସମାଜରେ ଏଭଳି ହିଂସାକାଣ୍ଡର ସ୍ଥାନ ନାହିଁ, ଏହାକୁ କେବେ ମଧ୍ୟ ସଂଗ୍ରାମ କୁହାଯିବନି।
from Odisha Reporter https://ift.tt/2QRUZsA
No comments:
Post a Comment