ଜଲୋଟା-ଜସ୍‌ଲିନ୍‌ ତୁ ତୁ ମେ ମେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଜଲୋଟା-ଜସ୍‌ଲିନ୍‌ ତୁ ତୁ ମେ ମେ

ନୂଆଦିଲ୍ଲୀ: ଭଜନ ଲାଗି ନାମ କମେଇଥିବା ଅନୁପ ଜଲୋଟା ବିଗ୍‌ବସ୍‌ରୁ ବାହାରିବା ପରେ ଜସ୍‌ଲିନ୍‌ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିସାରିଛନ୍ତି। ବର୍ତ୍ତମାନ ସେ ଆଉ ଏକ କଥାକୁ ସାର୍ବଜନୀନ କରିଛନ୍ତି। ତାଙ୍କର କହିବା କଥା ହେଲା ବିଗ୍‌ବସ୍‌କୁ ଯିବା ଯୋଗୁ ତାଙ୍କର ଆର୍ଥିକ କ୍ଷତି ହୋଇଛି। ଇଣ୍ଡିଆ ଟିଭିର ‘ଆପ୍‌ କି ଅଦାଲତ’ରେ ଏହି କଥାକୁ ସ୍ୱୀକାର କରିଛନ୍ତି ଅନୁପ୍‌। ସେ କହିଛନ୍ତି ଯେ, ବିଗ୍‌ବସ୍‌ରେ ତାଙ୍କ ଯାତ୍ରା ଭଲ ରହିଥିଲେ ମଧ୍ୟ ଲାଇଭ୍‌ କନସର୍ଟ କ୍ୟାନ୍‌ସେଲ୍‌ ହେବା ଯୋଗୁ ତାଙ୍କର ଆର୍ଥିକ କ୍ଷତି ହୋଇଛି।
ବିଗ୍‌ବସ୍ ହାଉସ୍‌ରେ ଜସ୍‌ଲିନ୍‌ ସହିତ ଡେଟ୍‌ରେ ଯିବା ପରେ ଏହି ସମ୍ପର୍କକୁ ସେ ଅସ୍ୱୀକାର କରିବା ନେଇ ପ୍ରଶ୍ନ ହୋଇଥିଲା। ସେ କହିଥିଲେ, “ଜସ୍‌ଲିନ୍‌ଙ୍କ ସହିତ ମୋର ମ୍ୟୁଜିକାଲ୍‌ ସମ୍ପର୍କ ଥିଲା। ମୁଁ ଜସ୍‌ଲିନ୍‌ର ଗୁରୁ। ଆମ ଭିତରେ କୌଣସି ପ୍ରେମ ସମ୍ପର୍କ ନାହିଁ।”
ଅନୁପ କହିଥିଲେ, “ମୁଁ ଭଜନ ଗାଉଛି ବୋଲି ଏହାର ଅର୍ଥ ନୁହେଁ, ହାତରେ କମଣ୍ଡଳୁ ଧରି ବୁଲିବି।”

ମୁଁ କୌଣସି ସନ୍ଥ ନୁହେଁ। ସାଧାରଣ ଲୋକଙ୍କ ପରି ମୋର ମଧ୍ୟ ମନ ଅଛି। ଭୋଜ୍‌ପୁରୀଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ମୁଁ ଅନେକ ଗୀତ ଗାଇଛି। ମୁଁ ଜଣେ ଗାୟକ।“
ସୂଚନାଯୋଗ୍ୟ ଯେ, ବିଗ୍‌ବସ୍‌ ହାଉସ୍‌ରେ ହିନା ଖାନ୍‌ ଏଣ୍ଟ୍ରି ପରେ ଜସ୍‌ଲିନ୍‌ଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ଅନୁପ୍‌ କହିଥିଲେ।

ଏହା ଶୁଣିବା ପରେ ଜସ୍‌ଲିନ୍‌ କହିଥିଲେ, “ମୁଁ ତାଙ୍କ ସହିତ ରହିଛି,ଡେଟ୍‌ରେ ମଧ୍ୟ ଯାଇଛି ଏବଂ ତାଙ୍କୁ କିସ୍‌ ମଧ୍ୟ କରିଛି। ତେବେ ଏ ସବୁ ମ୍ୟୁଜିକାଲ୍‌ ରିଲେସନ୍‌ କିପରି ହୋଇପାରିବ।”
ତେଣୁ ଜସ୍‌ଲିନ୍‌ ବର୍ତ୍ତମାନ ଅନୁପ ଜଲୋଟାଙ୍କ ଉପରେ ଏବେ ସମ୍ପୂର୍ଣ୍ଣ ଖପ୍ପା।
ଏବେ ଜସ୍‌ଲିନ୍‌ ଅନୁପ୍‌ଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି “କୌଣସି ଇଣ୍ଟର୍ଭ୍ୟୁକୁ ଯାଇ ଏମିତି କିଛି କଥା ନ କୁହନ୍ତୁ। ଆମେ ଏବେ ବି ରିଲେସନ୍‌ରେ ଅଛୁ ଏବଂ ଏହା ହିଁ ସତ।



from Odisha Reporter https://ift.tt/2qsxMBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages