ମଣିଷର ଆୟୂଷସୀମା କେତେ ଆପଣ ଜାଣନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ମଣିଷର ଆୟୂଷସୀମା କେତେ ଆପଣ ଜାଣନ୍ତି କି ?

ନୂଆଦିଲ୍ଲୀ: ମଣିଷ ଏପରି ଏକ ପ୍ରାଣୀ ଯିଏ ପଶୁପକ୍ଷୀଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚି ରହିଥାଏ। ସେଥିପାଇଁ ମଣିଷକୁ ପ୍ରାଣୀଶ୍ରେଷ୍ଠ ବୋଲି କୁହାଯାଏ।

ହେଲେ କେବେ ଭାବିଛନ୍ତି ମଣିଷର ଆନୁମାନିକ ବୟସସୀମା କେତେ ହୋଇଥିବ ବୋଲି। ହୁଏତ ଆପଣ ଭାବିଥିବେ ଆଉ ଭୁଲି ଯାଇଥିବେ। କିନ୍ତୁ ବାସ୍ତବରେ ଏହା ଏକ ଚିନ୍ତାର ବିଷୟ। ନିକଟରେ ଏ ନେଇ ଗବେଷଣା କରାଯାଇଥିଲା। ଯାହାର ନିର୍ଯ୍ୟାସ ସ୍ୱରୂପ ମଣିଷର ଆୟୁ ପୂର୍ବପେକ୍ଷା ବଢୁଥିବା କୁହାଯାଇଛି।

ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ମଣିଷଙ୍କ ଆୟୁଷ ପିଢ଼ି ପିଛା ୩ ବର୍ଷ ବୃଦ୍ଧି ପାଉଛି।

କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ। ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣା ଅନୁସାରେ, ଗତ ୫୦ ବର୍ଷ ତଳର ଜୀବନକାଳ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା।

ଜଣାପଡିଛି ଯେ, ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନିଜ ମାତାପିତାଙ୍କଠାରୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହୁଛନ୍ତି।

ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ, ମଣିଷ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବା ପାଇଁ ପ୍ରୟାସ ଜାରି ରଖିଛି। ଏ ସମ୍ପର୍କରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଶ୍ରୀପଦ ତୁଲ୍‌ଜା ପୁର୍‌କର୍‌ କୁହନ୍ତି ଯେ, ମଣିଷ ଦିର୍ଘଦିନ ବଞ୍ଚିବା ପାଇଁ ଆଶାୟୀ ଏବଂ ଏହି ଧାରା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ।
ଏହି ଗବେଷଣାରେ ୧୯୬୦ରୁ ଓ ୨୦୧୦ ମଧ୍ୟରେ ଜନ୍ମ ନେଇଥିବା ଲୋକଙ୍କୁ ସାମିଲ୍‌ କରାଯାଇଥିଲା।

ସେହିପରି ଗୋଟିଏ ଲୋକର ମୃତ୍ୟୁର ପାଖାପାଖି ବୟସ ହେଉଛି ୬୫ କିନ୍ତୁ ଏହା ପିଢ଼ି ପିଛା ୩ ବର୍ଷ ବଢିବାରେ ଲାଗିଛି। ଏହି ଗବେଷଣାର ରିପୋର୍ଟ PNAS ଜର୍ଣ୍ଣାଲ୍‌ରେ ସ୍ଥାନ ପାଇଛି।

 



from Odisha Reporter https://ift.tt/2Texpbf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages